• About Us
  • Contact Us
Tuesday, September 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ହାତ ଛାଡ଼ିଦେଲା ପୁଅ; ରୋଗୀଣା ପତ୍ନୀଙ୍କୁ ଧରି ଦହଗଞ୍ଜ ହେଉଛନ୍ତି ଭରତ

by Voice of Victims
January 12, 2024
in ରାଜ୍ୟ
ହାତ ଛାଡ଼ିଦେଲା ପୁଅ; ରୋଗୀଣା ପତ୍ନୀଙ୍କୁ ଧରି ଦହଗଞ୍ଜ ହେଉଛନ୍ତି ଭରତ

ପାଟଣଗଡ଼ (ଭିଓଭି): କେତେ ପୂଜାପାଠ କରି ପୁଅଟିଏ ପାଇଥିଲେ । ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ଆଶ୍ରାବାଡ଼ି ହେବ । ହେଲେ ଯୌବନରେ ପଦାର୍ପଣ କରୁ କରୁ ଠକିଦେଲା ପୁଅ । ହାତ ଧରିବା ପରିବର୍ତ୍ତେ ହାତ ଛାଡ଼ି ଦେଲା । ଘରୁ ବାହାର କରିଦେଲା । କିଛି ଉପାୟ ନପାଇ ବାର୍ଦ୍ଧକ୍ୟରେ ରୋଗୀଣା ପତ୍ନୀଙ୍କୁ ଧରି ଘରୁ ବାହାରି ଆସିଲେ ଭରତ ନାଏକ । ଏବେ ଝାଟିମାଟିର ଘର ଭିତରେ ନାନା ଦହଗଞ୍ଜ ହେଉଛନ୍ତି । ଗୋରୁ ଚରାଇ ଯାହା ରୋଜଗାର କରୁଛନ୍ତି, ସେଥିରେ ଚଳୁଛନ୍ତି । ହେଲେ ପତ୍ନୀଙ୍କ ଚିକିତ୍ସା କରିପାରୁ ନାହାନ୍ତି । ହୃଦୟକୁ ଦୋହଲାଇ ଦେଲା ପରି ଖବର ଖଣି ଖାଦାନ ଭରା କେନ୍ଦୁଝରରୁ ଆସିଛି ।
ପାଟଣା ବ୍ଲକ୍ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗାଁର ଭରତ ନାଏକ । ପରିବାର କହିଲେ ଏକମାତ୍ର ପୁଅ ଓ ପତ୍ନୀ ଅହଲ୍ୟା ନାଏକ । ନିଜର ଜମିବାଡ଼ି ବୋଲି କିଛି ନଥିବାରୁ କାମଦାମ କରି ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖ କଷ୍ଟରେ ଚଳୁଥିଲା ପୂରା ପରିବାର । ସମୟ ଚକରେ ସଂସାର ରଥଗଡ଼ି ଚାଲୁଥିଲା । ଯେଉଁ ପୁଅ ବାପାର ହାତ ଧରି ଚାଲୁଥିଲେ, ସିଏ ବଡ଼ ହେଲେ । ବାହା ହେଲେ । ଘର ସଂସାର ଗଢ଼ିଲେ । ପୁଅ, ବୋହୂଙ୍କୁ ନେଇ ହସ ଖୁସିର ଚଳୁଥିଲେ ଭରତ ଓ ଅହଲ୍ୟା ।
ଆଜକୁ ୫ ବର୍ଷ ତଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ଅହଲ୍ୟା । ଚାଲିବୁଲି ପାରିଲେ ନାହିଁ । ପକ୍ଷାଘାତରେ ଆକ୍ରାନ୍ତ ହେଲେ । ମାଆଙ୍କ ଏ ଦୁଃଖଦ ସମୟରେ ହାତ ଛାଡ଼ିଦେଲା ଏକମାତ୍ର ପୁଅ । ଯେଉଁ ବାପା ଓ ମାଆଙ୍କ ଆଶୀର୍ବାଦରେ ଦୁନିଆ ଦେଖିଥିଲେ, ସେମାନଙ୍କୁ ପାଖରୁ ଦୂରେଇ ଦେଲେ । ରୋଗୀଣା ମାଆର ଚିକିତ୍ସା କରିପାରିବେ ନାହିଁ ବୋଲି ପୁଅ ଓ ବୋହୂ କହିଥିଲେ । ଘରୁ ବାହାର କରିଦେଲେ । ତେଣୁ ନିଜ ଜୀବନ ସାଥୀକୁ ସାଙ୍ଗରେ ଧରି ଘରୁ ବାହାରି ଆସିଲେ ଭରତ । ଅନ୍ୟ ଏକ ସ୍ଥାନରେ କୁଡ଼ିଆଟିଏ କରି ରହିଲେ । ହେଲେ ଚଳିବେ କେମିତି?
ଭରତଙ୍କୁ ବର୍ତ୍ତମାନ ୬୯ ବର୍ଷ ହେଲାଣି । କାମ କରିବା ପାଇଁ ନା ଅଣ୍ଟାରେ ବଳ ଅଛି ନା ପାଦରେ ଶକ୍ତି ରହିଛି । ହେଲେ କ’ଣ କରିବେ? କେମିତି ଚଳିବେ? ରୋଗୀଣା ପତ୍ନୀଙ୍କ ମୁହଁରେ କେମିତି ଦାନା ଦେବେ? ସେହି ଚିନ୍ତାରେ ପଡ଼ିଗଲେ ଭରତ । କିଛି ଉପାୟ ନପାଇ ମହାଜନଙ୍କ ପାଖରେ ପହଞ୍ଚିଲେ । ଆଉ ତାଙ୍କ ଗୋରୁ ଚରାଇଲେ । ସେଥିରୁ ଯାହା ମିଳିଲା, ସେଥିରେ ଦୁଃଖେ କଷ୍ଟରେ ଚଳି ଯାଉଛନ୍ତି । ନିଜେ ଖାଇବା ସହିତ ପତ୍ନୀ ଅହଲ୍ୟାଙ୍କ ମୁହଁରେ ଦାନା ଦେଉଛନ୍ତି । ଗରିବଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି । ପିଡିଏସ ଚାଉଳକୁ ଛାଡ଼ିଦେଲା ଭରତ ଓ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ଅନ୍ୟ କୌଣସି ସରକାରୀ ଯୋଜନା ମିଳୁନି । ନା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ନା ଆବାସ ଯୋଜନାରେ ଘର । ତେଣୁ ଦୟନୀୟ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ସ୍ୱାମୀ ଓ ସ୍ତ୍ରୀ ରହୁଛନ୍ତି । ସବୁଠାରୁ ଦୁଃଖର ବିଷୟ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ କୌଣସି ସୂଚନା ନାହିଁ । ଏପରିକି ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ନାହିଁ । ଆଜି ଯଦି ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଆନ୍ତା, ତାହାହେଲେ ସେ ତାଙ୍କୁ ଭଲ ମେଡ଼ିକାଲ୍‌ରେ ଚିକିତ୍ସା କରାଇ ପାରିଥାଆନ୍ତେ । ଆଉ ରୋଗୀଣା ପତ୍ନୀଙ୍କ ମୁହଁରେ ହସ ଫୁଟାଇ ପାରିଥାଆନ୍ତେ । ହେଲେ ସେ ସେଥିରୁ ମଧ୍ୟ ବଞ୍ଚିତ ହୋଇଥିବା ଆଲୋଚନା ହେଉଛି ।

Post Views: 149
Share199Tweet125Send
Voice of Victims

Voice of Victims

Recent Posts

  • ବନ୍ଦେ ମାତରମ୍ ପ୍ରସଙ୍ଗ: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ
  • ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଳିଗଲା ହୋଟେଲ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ
  • ଶୋଲର ସେବକ ଜରାଶ୍ରମରେ ମେମୁ ଗୃପ୍ ପକ୍ଷରୁ ସେବା ଆୟୋଜନ
  • କାନାଡ଼ାରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
  • ପ୍ରବଳ ବର୍ଷାରେ ଜିଲ୍ଲା ପ୍ରଶାସନଙ୍କ ବଡ଼ ନିଷ୍ପତ୍ତି, ୪ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In