• About Us
  • Contact Us
Sunday, November 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅପେକ୍ଷାର ଅନ୍ତ, ସ୍ବାଧୀନତା ପରେ ପ୍ରଥମ ଥର ମିଜୋରାମରେ ଗଡ଼ିଲା ଟ୍ରେନ, ପ୍ରଧାନମନ୍ତ୍ରୀ କଲେ ଶୁଭାରମ୍ଭ

by Voice of Victims
September 13, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଅପେକ୍ଷାର ଅନ୍ତ, ସ୍ବାଧୀନତା ପରେ ପ୍ରଥମ ଥର ମିଜୋରାମରେ ଗଡ଼ିଲା ଟ୍ରେନ, ପ୍ରଧାନମନ୍ତ୍ରୀ କଲେ ଶୁଭାରମ୍ଭ

ନୂଆଦିଲ୍ଲୀ : ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ଆଇଜଲରୁ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ । ଅଶ୍ବିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଏହି ରେଳ ଲାଇନର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ, ସୈରାଙ୍ଗରୁ କୋଲକାତାକୁ ୩ ସପ୍ତାହକୁ ଥରେ ମିଜୋରାମ ଏକ୍ସପ୍ରେସ ଏବଂ ସୈରାଙ୍ଗରୁ ଆସାମ ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରସିଟି ଟ୍ରେନ ଚଳାଚଳ କରିବ । ୧୪ ତାରିଖଠାରୁ ମାଲବାହୀ ଟ୍ରେନ ଏହି ରୁଟରେ ଗଡ଼ିବ । ବୈରବିରୁ ସୌରାଙ୍ଗ ୫୧ କିମିରେ ୪୫ଟି ସୁଡ଼ଙ୍ଗ, ୫୫ଟି ସେତୁ ନିର୍ମାଣ ହୋଇଛି । ଯେଉଁଥିରେ କୁତବ ମିନାରଠାରୁ ଉଚ୍ଚ ସେତୁ ଲହିଛି । ଏହା ଭାରତୀୟ ଇଞ୍ଜିନିୟରିଂ ଦକ୍ଷତାର ପ୍ରତୀକ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଣିପୁର ଗସ୍ତରେ ଯାଉଛନ୍ତି । ୨୦୨୩ କୁକି-ମୈତେଇ ହିଂସା ପରେ ଏହା ମୋଦିଙ୍କର ପ୍ରଥମ ଗସ୍ତ । ଏହି ଅବସରରେ ସେ ରାଜ୍ୟକୁ ୮ ହଜାର ୫ଶହ କୋଟି ଟଙ୍କାର ଭେଟି ଦେବେ । ମୋଦି ପ୍ରଥମେ ଚୁରାଚାନ୍ଦପୁର ଜିଲ୍ଲାର ପିସ୍ ଗ୍ରାଉଣ୍ଡ ଠାରେ ୭ହଜାର ୩ଶହ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବେ। ସେଠାରେ ସେ ହିଂସା ପ୍ରଭାବିତ ଲୋକମାନଙ୍କୁ ମଧ୍ୟ ଭେଟିବ । ଏହି ଅଞ୍ଚଳ କୁକି ବହୁଳ ଭାବେ ପରିଚିତ ।

୨୦୨୩ ମେ’ରେ ସଂରକ୍ଷଣକୁ ନେଇ କୁଜି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ଏପର୍ଯ୍ୟନ୍ତ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ଘରଦ୍ଵାର ଛାଡି ପଳାଇଛନ୍ତି । ରାଜ୍ୟରେ ଗତ ଫେବ୍ରୁଆରୀ ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଜାରି ହୋଇଛି ।

Post Views: 80
Share198Tweet124Send
Voice of Victims

Voice of Victims

Recent Posts

  • ଆଜି ବିବାଦୀୟ ସ୍ତମ୍ଭରେ ଜଳିବ ଦୀପ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
  • Xରେ ପୋଷ୍ଟ କରିବା ହେବ ଆହୁରି ସହଜ, ଆସିଲା ୧୮ ମାସର ସିଡ୍ୟୁଲିଂ ସୁବିଧା
  • ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ
  • ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
  • ବିଜେପିର ସଂଗଠନ ଅଭିଯାନ, ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In