• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନବୀନାଙ୍କ ଦଳୀୟ ଟିକେଟ ଘୋଷଣା ପରେ ବିଜେପି ଶିବିରରେ କମ୍ପନ

by Voice of Victims
March 28, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନବୀନାଙ୍କ ଦଳୀୟ ଟିକେଟ ଘୋଷଣା ପରେ ବିଜେପି ଶିବିରରେ କମ୍ପନ

ଉମରକୋଟ (ଭିଓଭି): ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଆଗୁଆ ପ୍ରାଥୀ ଘୋଷଣା କରିଥିବା ବେଳେ ବିଜେପି କିମ୍ବା କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ସାଧାରଣ ଅନୁମାନରୁ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ପୁନର୍ବାର ପ୍ରାର୍ଥୀ ଓ କଂଗ୍ରେସ ସନରାଜ ଗଣ୍ଡଙ୍କ ଉପରେ ଆସ୍ଥା ପ୍ରକଟ କରିପାରନ୍ତି। ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ନବୀନା ନାୟକଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ଉମରକୋଟ ଓ ରାଇଘର ଅଞ୍ଚଳରେ ଆନନ୍ଦଭରା ମାହୋଲ ଦେଖିବାକୁ ମିଳିଥିଲା। ସମର୍ଥକମାନେ ଖୁସିରେ ବାଜା ବାଣର ତାଳେ ତାଳେ ପରସ୍ପର କୁ ମିଠା ବଣ୍ଟନ କରି ଅଭିନନ୍ଦନ ଜଣାଉଥିଲେ। ଉମରକୋଟ ସ୍ଥିତ ବାସ ଭବନରେ ଶୁଭେଚ୍ଛା ଜଣାଇବା ପାଇଁ ସମର୍ଥକଙ୍କ ପ୍ରବଳ ଭିଡ଼ଦେଖି ବାକୁ ମିଳିଥିଲା।ସମର୍ଥକମାନେ ଏକ ଶୋଭାଯାତ୍ରା ଜରିଆରେ ବିଧାୟକ ପ୍ରାର୍ଥୀନୀଙ୍କୁ ପାଛୋଟି ନେଇଥିବା ସହ ସହର ପରିକ୍ରମା କରିଥିଲେ। ନବୀନା ନାୟକ ବର୍ତ୍ତମାନ ରାଇଘର ପଂଚାୟତ ସମିତିର ଅଧ୍ୟକ୍ଷ ଥିବା ବେଳେ ରାଜନୈତିକ ପୃଷ୍ଠ ଭୂମିରୁ ସେ ଦଳିତ ସମାଜ ସହିତ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଦଳିତ ସମାଜରେ ଥିବା ବେଳେ ସୁଦୃଢ ଜନ ସମ୍ପର୍କ ତଥା ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବା ସହ ରାଜନୀତି ଘରର ଝିଅ ଏବଂ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ସ୍ତ୍ରୀ ଭାବେ ବେଶ ପରିଚିତ। ନିଜର ମିଷ୍ଟଭାଷୀ କଥା ବାର୍ତା ଓ ପରୋପକାରୀ ଗୁଣ ଯୋଗୁ ଅଞ୍ଚଳର ପ୍ରଥମ ପସନ୍ଦ ହୋଇ ପାରିଛନ୍ତି। ସେ ପଟେ ତାଙ୍କର ପ୍ରାର୍ଥୀ ଘୋଷଣା ହେବା ପରେ ବିଜେପି ଶିବିରରେ କମ୍ପନ ଦେଖିବାକୁ ମିଳିଛି। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଜଣେ ଉଚ୍ଚ ଶିକ୍ଷିତ ହୋଇ ଥିବା ବେକେ ଅଞ୍ଚକରେ ସେପରି କୌଣସି ଆଖିଦୃଶିଆ କାମ କରି ପାରି ନ ଥିବା ଯୋଗୁ ଅଞ୍ଚଳବାସୀଙ୍କ ମନ ମଧ୍ୟରେ ତାଙ୍କ ପ୍ରତି ଆଦର କମିବାରେ ଲାଗିଛି। ଜଣେ ଦୁଇ ଜଣ ହାତ ଗଣତି ନେତାଙ୍କୁ ଛାଡିଦେଲେ ପ୍ରାୟ ଅଧିକାଂଶ ନେତାଙ୍କ ସମର୍ଥନ ତାଙ୍କ ପ୍ରତି ନାହିଁ ବୋଲି ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକଙ୍କ ଜନାଧାର ଦିନକୁ ଦିନ କମିବା ସହ ନବୀନାଙ୍କ ପ୍ରତି ସମର୍ଥନ ବଢିବା ବିଧାୟକ ନିତ୍ୟାନନ୍ଦଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହେବା କଥାକୁ ଏଡାଇ ଦିଆ ଯାଇ ନ ପାରେ। ସେପଟେ ଦଳର ଗୋଷ୍ଠୀ କନ୍ଦଳ ଓ ବିଧାୟକ ଗୋଷ୍ଠୀଙ୍କ ଦବଦବା କିଛି ହାତ ଗଣତି ନେତାଙ୍କ ଇସାରାରେ ବିଧାୟକ କାମ କରୁଥିବା ଅଭିଯୋଗ ଦଳୀୟ ସମର୍ଥକ କରୁଥିବା ସହ ପାର୍ଟି ଲାଇନରୁ ଦୁରେଇ ରହି ଅଂଚଳର ବିକାଶ ପାଇଁ ନବୀନା ନାୟକଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରୁଛନ୍ତୁ। ବିଧାୟକଙ୍କ ମନୋମାନୀ କାର୍ଯ୍ୟ ଯୋଗୁ ସଂଗଠନ ଦୁର୍ବଳ ହେବା କଥା ସମର୍ଥକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ସେପଟେ ନବୀନା ନାୟକଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ବିଜେପିର ଗୋଷ୍ଠୀ କନ୍ଦଳକୁ ସାମନାରେ ପକାଇଛି।

Post Views: 27
Share203Tweet127Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In