• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଟ୍ରମ୍ପଙ୍କ ବଡ଼ ବୟାନ, ରୁଷରୁ ତୈଳ କିଣିବ ନାହିଁ ଭାରତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି

by Voice of Victims
August 2, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଟ୍ରମ୍ପଙ୍କ ବଡ଼ ବୟାନ, ରୁଷରୁ ତୈଳ କିଣିବ ନାହିଁ ଭାରତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଧମକ ଏବଂ ଟାରିଫ ଆକ୍ସନ ପରେ ରୁଷ ତୈଳ କିଣିବା ବନ୍ଦ କଲା କି ଭାରତ । ରୁଷଠାରୁ ତୈଳ କିଣୁଥିବାରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ସହ ପେନାଲ୍ଟି  ଲଗାଇଥିଲେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଏବେ ଆମେରିକାର ରାଷ୍ଟ୍ରପତି କହିଛନ୍ତି, ମୁଁ ଶୁଣିବାକୁ ପାଉଛି ଏବେ ରୁଷିଆ ଠାରୁ ଭାରତ ତେଲ କିଣୁନାହିଁ ।  ଆଗକୁ କଣ ହେବ ତାହା ଦେଖିବା ବୋଲି ଟ୍ରମ୍ପ କହିଛନ୍ତି। ତେବେ ମୁଁ ଯାହା ଶୁଣିଲି ଏହା ଠିକ୍ କି ଭୁଲ ଜାଣନି । ତେବେ ଏହା ଏକ ଭଲ ପଦକ୍ଷେପ । ଆମେରିକା ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିବ ବୋଲି ଟ୍ରମ୍ପ କହିଛନ୍ତି ।  ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି, ଭାରତର ସରକାରୀ ରିଫାଇନାରୀଗୁଡିକ ଗତ ସପ୍ତାହ ଧରି ରୁଷ ତେଲ କିଣି ନାହାଁନ୍ତି ।

ଖବର ମୁତାବକ, ଇଣ୍ଡିଆ ଅଏଲ , ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ, ମାଙ୍ଗୋଲର ରିଫାଇନାରୀ ପେଟ୍ରୋକେମିକାଲ୍ସ ଆଦି କମ୍ପାନୀ ଗତ ସପ୍ତାହେ ହେଲା ରୁଷ ତେଲ କିଣି ନାହାଁନ୍ତି । କିନ୍ତୁ ତୈଳ କମ୍ପାନୀ କିମ୍ବା ସରକାରଙ୍କ ତରଫରୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ସମୁଦ୍ର ପଥ ଦେଇ ରୁଷଠାରୁ ଅଶୋଧିତ ତୈଳ କିଣିବାରେ ଭାରତ ସବୁଠାରୁ ବଡ଼ କ୍ରେତା । ୟୁକ୍ରେନ ଯୁଦ୍ଧ ସମୟରେ ରୁଷ ପାଇଁ ଏହା ବଡ଼ ରାଜସ୍ବ ଥିଲା।  ରୁଷର ମୋଟ ତୈଳ ରପ୍ତାନୀର ୩୫ ପ୍ରତିଶତ ଭାରତକୁ ଆସୁଥିଲା ।

ରୁଷ ତେଲକୁ ନେଇ ଟ୍ରମ୍ପ ଭାରତକୁ ଟାରିଫ ଧମକ ଦେଇଥିଲେ । ଶେଷରେ ୨୫ ପ୍ରତିଶତ ଟାରିପ ସହ ପେନାଲ୍ଟି ଲଗାଇଥିଲେ ।  ଏବେ ଭାରତ ତେଲ କିଣିବା ବନ୍ଦ କରିଥିବା ଖବର ଆସିଛି । ସେପଟେ କୁହାଯାଉଛି ୨୦୨୨ରେ ଯୁଦ୍ଧ ଆରମ୍ଭ ପରେ ରୁଷ ତାର ତୈଳ ଉପରେ ଅଧିକ ରିହାତି ପ୍ରଦାନ କରୁଥିଲା । କିନ୍ତୁ ସେହି ରିହାତି ଏବେ ଧିରେଧିରେ ହ୍ରାସ ପାଉଛି । ତେଣୁ ଭାରତୀୟ କମ୍ପାନୀ ରୁଷ ତେଲ କିଣିବା କମାଇଛନ୍ତି । ରୁଷ ବଦଳରେ ମଧ୍ୟପ୍ରାଚ୍ୟ ଓ ପଶ୍ଚିମ ଆଫ୍ରିକାରୁ ତୈଳ କିଣିବା ଆରମ୍ଭ କରିଛନ୍ତି ।

Post Views: 144
Share200Tweet125Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In