ନୂଆଦିଲ୍ଲୀ : ସୃଷ୍ଟି ହେଲା ବାତ୍ୟା ସେନୟାର । ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ବବର୍ତ୍ତୀ ଉତ୍ତର ଇଣ୍ଡୋନେସିଆରେ ବାତ୍ୟା ସୃଷ୍ଟି ହୋଇଛି । ଏ ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଇଣ୍ଡୋନେସିଆ ଉପକୂଳ ପୂର୍ବାହ୍ନରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟାରେ ୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି ।
ଇଣ୍ଡୋନେସିଆର କୁଟା ମକମୁର ଠାରୁ ୧୦୦ କିଲୋମିଟର, ମାଲେସିଆର ଜର୍ଜ ଟାଉନ୍ ଠାରୁ ୨୬୦ କିଲୋମିଟର, ନିକୋବର ଦ୍ୱୀପପୁଞ୍ଜର ନାନକୋୱାରି ଠାରୁ ୬୦୦ କିଲୋମିଟର ଓ ନିକୋବର ଦ୍ୱୀପପୁଞ୍ଜର ଠାରୁ ୭୪୦ କିଲୋମିଟର ଦିଗରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦଗକୁ ଗତି କରିବ । ପରବର୍ତ୍ତୀ ୪୮ଘଣ୍ଟାରେ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ କରି ପୂର୍ବଦିଗକୁ ରିକର୍ଭ କରିବ ।
