ପୁରୀ (ଭିଓଭି): ସେପ୍ଟେମ୍ବର 10 ତାରିଖରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନ ଅବସର ରେ ଆତ୍ମହତ୍ୟା ନିରୋଧ ମାନସିକ ସ୍ୱାସ୍ଥ୍ୟ ସଚେତନତା, ପରସ୍ପର ସହଯୋଗ ଏବଂ ଆବଶ୍ୟକ ସମୟ ରେ ସହାୟତା ନେବାର ଗୁରୁତ୍ୱ ସମ୍ପର୍କ ରେ ସମାଜ କୁ ସଚେତନ କରିବା ଉଦ୍ଦେଶ୍ୟରେ ସଙ୍ଗଶ୍ରୀଫାଉଣ୍ଡେସନ ଓ ସାବିତ୍ରୀ ଜନସେବା ସଂଘ ତରଫରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

“ଆତ୍ମହତ୍ୟା ନୁହେଁ, ଜୀବନ କୁ ବାଛନ୍ତୁ। ନୀରବ ନୁହେଁ, ସମସ୍ୟା ସମ୍ପର୍କ ରେ କଥା ହୁଅନ୍ତୁ, କାହାକୁ ବିଚାର ନୁହେଁ ସହାୟତା ର ହାତ ବଢ଼ାନ୍ତୁ। ଏହି କାର୍ଯ୍ୟକ୍ରମ କୁ ପୁରୀ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ପଦ ଯାତ୍ରା କୁ ଉଦ୍ଘାଟନ କରିଥିଲେ। ବରିଷ୍ଠ ସାମ୍ବାଦିକ ନାରାୟଣ ଦାଶ ଓ ପ୍ରାକ୍ତନ ନଗରପାଳ ଗୌରହରି ପ୍ରଧାନ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ। ସଙ୍ଗଶ୍ରୀ ଫାଉଣ୍ଡେସନ ର ନିର୍ଦ୍ଦେଶିକା ଅରୁଣିମା ନନ୍ଦ ଙ୍କ ଅଧ୍ୟକ୍ଷତା ରେ ସମ୍ପାଦିକା ପଦ୍ମିନୀ ବେହେରା ଓ ସାବିତ୍ରୀ ଜନସେବାର ଯୁଗ୍ମ ସମ୍ପାଦିକା ପ୍ରତିମା ଦେବୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଦଯାତ୍ରା ଟାଉନଥାନା ଠାରୁ ବାହାରି ଶ୍ରୀ ମନ୍ଦିର ସମ୍ମୁଖରେ ରେ ଶେଷ ହୋଇଥିଲା।
ସଙ୍ଗଶ୍ରୀ ଫାଉଣ୍ଡେସନର ସଭ୍ୟା ଭାବରେ ମମତା ମିଶ୍ର, ପ୍ରତିମା ମିଶ୍ର, ଜ୍ୟୋତ୍ସ୍ନା ମିଶ୍ର, ବୁଦ୍ଧିମତୀ, ସୁବାସିନୀ, ପୂଜା, ବିଚିତ୍ରା ମିଶ୍ର, ମାମି ପ୍ରିୟଦର୍ଶିନୀ, ଛବି, ଶର୍ମିଲା ସମେତ ଅନେକ ସଭ୍ୟା ଯୋଗଦାନ କରିଥିଲେ।
