• About Us
  • Contact Us
Monday, June 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ, ଶତାଧିକ ମୃତ

by Voice of Victims
December 2, 2023
in ଦେଶ ବିଦେଶ, ମୁଖ୍ୟ ଖବର
ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ, ଶତାଧିକ ମୃତ

ଗାଜା ସିଟି/ତେଲ୍‌ ଆଭିଭ୍‌,୨ା୧୨: ସପ୍ତାହେ ଧରି ଚାଲିଥିବା ସନ୍ଧି ଶେଷ ହେବା ପରେ ଶୁକ୍ରବାର ଗାଜା ଷ୍ଟ୍ରିପ୍‌ରେ ହମାସ୍‌ ସହ ଇସ୍ରାଏଲର ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ ଏହି ଭୂଖଣ୍ଡକୁ କଳାଧୂଅଁା ଆଚ୍ଛାଦିତ କରିଥିବାବେଳେ ଆକାଶମାର୍ଗରୁ ଫାଇଟର ଜେଟ୍‌ରୁ ଇସ୍ରାଏଲ ଲିଫ୍‌ଲେଟ୍‌ ଛାଡ଼ୁଛି, ଯହିଁରେ ଉଲ୍ଲେଖ କରାଯାଇଛି ‘ଗାଜା ସିଟି ଓ ଦକ୍ଷିଣ ଭାଗକୁ ତୁରନ୍ତ ଖାଲି କର।’ ଇସ୍ରାଏଲରେ ମଧ୍ୟ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ସତର୍କତା ଲାଗି ସାଇରନ୍‌ ଗର୍ଜୁଛି। ସନ୍ଧି ଅବଧି ମଧ୍ୟରେ ହମାସ୍‌ ଶତାଧିକ ପଣବନ୍ଦୀଙ୍କୁ ଛାଡ଼ିଦେଇଥିବାବେଳେ ଏବେ ବି ସେମାନଙ୍କ କବଳରେ ୧୪୦ ଜଣ ରହିଛନ୍ତି। ସେମାନଙ୍କୁ ମୁକ୍ତକରି ଆଣିବା ପାଇଁ ଇସ୍ରାଏଲ ରାଷ୍ଟ୍ରପତି ଇସାକ୍‌ ହେର୍ଜୋଗ୍‌ ଦୁବାଇରେ ଚାଲିଥିବା କପ୍‌୨୮ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଲୋଡ଼ିଛନ୍ତି। ମଧ୍ୟସ୍ଥ ଭୂମିକା ନେଇଥିବା କାତାର କହିଛି, ଅସ୍ତ୍ରବିରତି ପୁନଃ ଆରମ୍ଭ ପାଇଁ ଆଲୋଚନା ଉଦ୍ୟମ ଚାଲିଛି। ଏହାର ଦିନକ ପୂର୍ବରୁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଇସ୍ରାଏଲୀ ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ। ହମାସ୍‌କୁ ସମୂଳେ ବିନାଶ କରିବାବେଳେ ପାଲେଷ୍ଟିନୀୟ ନାଗରିକମାନଙ୍କ ସୁରକ୍ଷା ଦିଗରେ ଯନତ୍ଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ। ଶୁକ୍ରବାର କପ୍‌୨୮ରେ ଯୋଗଦେବା ପାଇଁ ଦୁବାଇ ଗସ୍ତ କରିଥିବା ବ୍ଲିଙ୍କେନ୍‌ ଆରବର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଅକ୍ଟୋବର ୭ରେ ହମାସ୍‌ର ଆକ୍ରମଣର ଜବାବ ଦେବାକୁ ଯାଇ ଇସ୍ରାଏଲର ପ୍ରତିଆକ୍ରମଣ ଯୋଗୁ ୨.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଗାଜାରୁ ଅଧିକାଂଶ ଲୋକ ଗଣପଳାୟନ କଲେଣି। ଫଳରେ ସେଠାରେ ମାନବୀୟ ସଙ୍କଟ ଉପୁଜିଛି। ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଅଫିସ୍‌ କହିଛି। ଦିନକରେ ୧୦୯ ପାଲେଷ୍ଟିନୀୟ ନିହତ ହୋଇଥିବା ହମାସ୍‌ ନିୟନ୍ତ୍ରିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

Post Views: 444
Tags: War in the Gaza Strip
Share200Tweet125Send
Voice of Victims

Voice of Victims

Recent Posts

  • ଓମାନ ତଟୀୟ ଅଞ୍ଚଳରେ ବୁଡ଼ିଲା ଡଙ୍ଗା, ୧୪ ଭାରତୀୟ ନାଗରିକ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି
  • ମେଡିକାଲ ବେଡ୍ ରୁ ଚାମେଲି ଓଝାଙ୍କ ଅଭିଯୋଗ, କହିଲେ ଦିଆଯାଉଛି ନର୍ଯାତନା, ବିଭିନ୍ନ ମହିଳା ସଂଗଠନ ଭେଟିଲେ
  • ନାରୀ ସମ୍ମାନ କାହିଁ?, ବିଜେପି ସରକାର ଉପରେ ବର୍ଷିଲେ ନବୀନ
  • ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ
  • ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ, ମେଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In