• About Us
  • Contact Us
Monday, September 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

by Voice of Victims
September 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ବ୍ୟୁରୋ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଓ ସମ୍ ଲାଇଫସାଇସେନ୍ସ ପକ୍ଷରୁ ବୁଧବାର ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାସ୍ଥିତ ସମ୍ ଲାଇଫସାଇସେନ୍ସ ପରିସରରେ ଏହି ଶିବିର ଆୟୋଜିତ ହୋଇଥିଲା । ସକାଳ ୧୦ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ସମ୍ ଲାଇଫସାଇନ୍ସରେ କାର୍ଯ୍ୟରତ ଶତାଧିକ ନିର୍ମାଣ ଶ୍ରମିକ ଓ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଡାକ୍ତରୀ ଟିମ୍ ଶ୍ରମିକମାନଙ୍କର ରକ୍ତଚାପ, ମଧୁମେହ, ଚକ୍ଷୁ, ଚର୍ମ, ଦନ୍ତ ସହ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସୋଆ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍‌ର କୋଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ, ସମ୍ ଲାଇଫସାଇନ୍ସସର ଚିଫ୍ କୋଅର୍ଡିନେଟର ଶ୍ରୀ ନରୋତମ ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ ଏନ୍‌ଏସ୍‌ଏସ୍‌୍‌ର ପ୍ରୋଗ୍ରାମ ଅଫିସର ଡାକ୍ତର ଶିଶିର କୁମାର ଏବଂ ଏନ୍‌ଏସ୍‌ଏସ୍ ଅଫିସିଆଲ୍ ରାଜଶେଖର ବେହେରା ପରିଚାଳନା କରିଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନର ମୁଖ୍ୟ ଡାକ୍ତର ସୁମିତ୍ରା ପଟ୍ଟନାୟକ ଓ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ସୁମିତ୍ରା ସ୍ୱାଇଁ ଯୋଗ ଦେଇଥିଲେ ।

Post Views: 11
Share198Tweet124Send
Voice of Victims

Voice of Victims

Recent Posts

  • ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ
  • କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ
  • ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ସପ୍ତମ ମୌସୁମୀ ଅଧିବେଶନ, ମୁହାଁମୁହିଁ ହେବେ ସରକାର-ବିରୋଧୀ
  • ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ୨୪ ଘଣ୍ଟାରେ ଅବପାତ
  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In