• About Us
  • Contact Us
Tuesday, August 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଇଟିଇଆରରେ ୧୦ ଦିନିଆ ଏନ୍‌‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

by Voice of Victims
August 4, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଆଇଟିଇଆରରେ ୧୦ ଦିନିଆ ଏନ୍‌‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, ଅଗଷ୍ଟ ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଆୟୋଜିତ ଏନ୍‌ସିସିର ୧୦ ଦିନିଆ ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର (କମ୍ବାଇନ୍ଡ ଆନୁଆଲ୍ ଟ୍ରେନିଂ କ୍ୟାଂପ–କ୍ୟାଟ୍‌‌କ) ଶନିବାର ଉଦ୍‌‌ଯାପିତ ହୋଇଯାଇଛି । ଏହି ଶିବିରରେ ପ୍ରାୟ ୫୦୦ ଜଣ ସିନିୟର ଓ ଜୁନିୟର ଏନ୍‌‌ସିସି କ୍ୟାଡେଟ ଅଂଶଗ୍ରହଣ କରିଥିଲେ । ଏହି ଶିବିରକୁ ୪ (ଓଡ଼ିଶା) କମ୍ପ୍ୟୁଟର ଟେକ୍ନିକାଲ୍ କଂପାନୀ, କଟକ ପକ୍ଷରୁ ଆୟୋଜନ କରାଯାଇଥିଲା ।ଶିବିରରେ ଗାର୍ଡ ଓ ପାଇଲଟ୍ ଚୟନ, କଠୋର ଡ୍ରିଲ୍ ପ୍ରଶିକ୍ଷଣ, ଶ୍ରେଷ୍ଠ କ୍ୟାଡେଟ ଓ ଶ୍ରେଷ୍ଠ ଡ୍ରିଲ୍ ପ୍ରତିଯୋଗିତା, କ୍ରୀଡ଼ା ପ୍ରତିଯୋଗିତା, ବିପର୍ଯ୍ୟୟ ପରିଚାଳନା ସଚେତନତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନେତୃତ୍ୱ ବିକାଶ ସଂପର୍କିତ ବିଭିନ୍ନ ଅଧିବେଶନ ସହ ସାମରିକ ପ୍ରଶିକ୍ଷଣର ଏକ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶିବିରର କମାଣ୍ଡାଂଟ ଭାବେ ଲେଫ୍‌ଟନାଂଟ କର୍ଣ୍ଣେଲ ଆର୍‌. କେ. ଯୋଶୀ ଏବଂ ଉପ-କମାଣ୍ଡାଂଟ ଭାବେ ମେଜର ଆଶୁତୋଷ ତ୍ରିପାଠୀ ଦାୟିତ୍ୱ ତୁଲାଇଥିଲେ ।ଆଇଟିଇଆର, ସି. ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଏବଂ ଆର‌୍ୟନ ଇନ୍‌‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର କ୍ୟାଡେଟମାନେ ଏହି ଶିବିରରେ ଯୋଗ ଦେଇଥିଲେ । ଯୁବ କ୍ୟାଡେଟମାନଙ୍କୁ ଭବିଷ୍ୟତର ଟେକ୍ନୋପ୍ରେନ୍ୟୁଅର୍ସ, କୃଷି ଉଦ୍ୟୋଗୀ, ବୈଜ୍ଞାନିକ, ଟେକ୍ନୋକ୍ରାଟ୍‌ସ, ପ୍ରାଣୀ ଚିକିତ୍ସକ ଓ ଗବେଷକ ଭାବେ ଗଢ଼ି ତୋଳିବା ଏବଂ ସେମାନଙ୍କୁ ପ୍ରେରିତ ଓ ସଶକ୍ତ କରିବା ଏହି ଶିବିରର ମୂଳ ଉଦ୍ଦେଶ୍ୟ ଥିଲା ।

ଶିବିର ପରିଚାଳନାରେ ୯ ଜଣ ଆସୋସିଏଟ ଏନ୍‌‌ସିସି ଅଫିସର ଓ ୮ ଜଣ ସ୍ଥାୟୀ ପ୍ରଶିକ୍ଷକ ସକ୍ରିୟ ସହଯୋଗ କରିଥିଲେ । ଶିବିରର ଅନ୍ୟତମ ପ୍ରମୁଖ ଆକଷର୍ଣ ଥିଲା ‘ଇଗ୍ନାଇଟିଂ ମାଇଣ୍ଡ’ ଶୀର୍ଷକ ଟେକ୍ ଫେଷ୍ଟ । ଏଥିରେ ସିନିୟର ଡିଭିଜନ କ୍ୟାଡେଟମାନେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ରୋବୋଟିକ୍ସ, ଅଟୋମେସନ୍‌, ନବୀକରଣ ଯୋଗ୍ୟ ଶକ୍ତି ଏବଂ ବିଭିନ୍ନ ଇଞ୍ଜିନିୟରିଂ ପ୍ରୟୋଗ ସମ୍ବନ୍ଧୀୟ ୨୦ରୁ ଅଧିକ କାର୍ଯ୍ୟକ୍ଷମ ପ୍ରକଳ୍ପ ପ୍ରଦର୍ଶନ କରି ସେମାନଙ୍କର ବୈଜ୍ଞାନିକ ମନୋଭାବ ଓ ବୈଷୟିକ ଦକ୍ଷତାର ପରିଚୟ ଦେଇଥିଲେ ।ଶିବିରର ସଫଳ ଆୟୋଜନ, କ୍ୟାଡେଟମାନଙ୍କ ଉଚ୍ଚସ୍ତରୀୟ ଶୃଙ୍ଖଳା, ପ୍ରଶିକ୍ଷଣର ମାନ ଓ ଅଭିନବ ପ୍ରଦର୍ଶନକୁ ଏନ୍‌‌ସିସି ଗ୍ରୁପ୍ ମୁଖ୍ୟାଳୟ, କଟକର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଏସ୍‌. ଜି. ସୁଧାଂଶୁ ଶେଖର ଉଚ୍ଚ ପ୍ରଶଂସା କରିଥିଲେ । ସେ ଶିବିରର କର୍ମଚାରୀ, ଆସୋସିଏଟ ଏନ୍‌‌ସିସି ଅଫିସର, ସ୍ଥାୟୀ ପ୍ରଶିକ୍ଷକ ଏବଂ ସମସ୍ତ କ୍ୟାଡେଟଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ ।

Post Views: 50
Share198Tweet124Send
Voice of Victims

Voice of Victims

Recent Posts

  • ଆଇଟିଇଆରରେ ୧୦ ଦିନିଆ ଏନ୍‌‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ
  • ସୋଆ ପକ୍ଷରୁ ଚେନ୍ନାଇରେ ‘ଆଲିସିପ୍‌++ ୨.୦’ ଆୟୋଜିତ
  • ସୋଆ ବିଶ୍ୱବିଦ୍ୟାଳୟରେ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ” ଆୟୋଜିତ
  • ବିଭିନ୍ନ ବିଦ୍ୟାଳୟରେ ଅଭିଭାବକ–ଶିକ୍ଷକ ବୈଠକ ଅନୁଷ୍ଠିତ
  • ପତଞ୍ଜଳି ପକ୍ଷରୁ ଜଡ଼ିବୁଟି ଦିବସ ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In