• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାଜ୍ୟରେ ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ: ଯୋଗାଣ ମନ୍ତ୍ରୀ

by Voice of Victims
December 27, 2024
in ମୁଖ୍ୟ ଖବର, ରାଜ୍ୟ
ରାଜ୍ୟରେ ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ । ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ ପ୍ରତି ଜିଲ୍ଲାରେ ଲକ୍ଷେରୁ ଦେଢ଼ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଇ-କେୱାସି ଜାରି ରହିଛି । ମିଛ ତଥ୍ୟ ଦେଇ କେତେକ ହିତାଧିକାରୀ ରାସନକାର୍ଡ ହାତେଇ ନେଇଛନ୍ତି । ରାସନ କାର୍ଡ ନେଇ ସରକାରଙ୍କର ଯେଉଁ ଗାଇଡ଼ଲାଇନ ରହିଛି ତାହାକୁ ଦଳିମକଚି ଦିଆଯାଇଛି  । ଚାରି ଚକିଆ ଯାନ ଓ ସରକାରୀ ଚାକିରୀଆ ଏବଂ ପେନସନ ଭୋଗୀ ମଧ୍ୟ ରାସନ କାର୍ଡରେ ଶସ୍ତାରେ ଚାଉଳ ଗହମ ପାଉଛନ୍ତି  । ସରକାର ଏଭଳି ନକଲି ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ସହ କାର୍ୟ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛନ୍ତି  । ଅନ୍ୟପକ୍ଷରେ ସେ କହିଛନ୍ତି ଯେ ଭୂତ ରାସନକାର୍ଡଧାରୀଙ୍କ ଭଳି ଭୂତ ଚାଷୀଙ୍କୁ ମଧ୍ୟ ଧରାଯିବ । ରାଜ୍ୟରେ କେତେ ଜଣ ପ୍ରକୃତ ଚାଷୀ ଅଛନ୍ତି ତାହା ଜାଣିବାକୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ମିଛ ପଞ୍ଜୀକରଣ କରି ଧାନ ବିକୁଥିବା ଚାଷୀଙ୍କୁ ଧରିବା ପାଇଁ  ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । 

Post Views: 51
Share198Tweet124Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ
  • ଅଶୋକଧାମ ପରେ ମହାକାଳ ମନ୍ଦିରରେ ଦଳାଚକଟା ସ୍ଥିତି, ଅନେକ ଶ୍ରଦ୍ଧାଳୁ ଆହତ
  • ରେଡ୍ ଆଲର୍ଟରେ କେନ୍ଦୁଝର, ସ୍କୁଲ-କଲେଜ ଓ ଅଙ୍ଗନୱାଡ଼ି ବନ୍ଦ
  • ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ
  • ବାଲେଶ୍ଵରରେ ତୁହାକୁ ତୁହା ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In