• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

by Voice of Victims
December 10, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ : ମଙ୍ଗଳବାର ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଇଣ୍ଡିଆ ମେଣ୍ଟର ସମସ୍ତ ଅଂଶୀଦାର ତଥା ସହଯୋଗୀ ଦଳଗୁଡ଼ିକ ଏକଜୁଟ୍ ହୋଇ ସମ୍ବିଧାନର ଧାରା ୬୭ (ବି) ଅନ୍ତର୍ଗତ ଏହି ପ୍ରସ୍ତାବକୁ ଆଗତ କରିଛନ୍ତି। ଏହି ପ୍ରସ୍ତାବରେ ବାଚସ୍ପତି ଗୃହରେ ବିରୋଧୀ ଦଳଙ୍କ ପ୍ରତି ପକ୍ଷପାତିତା କରୁଥିବାର ଅଭିଯୋଗ କରାଯାଇଛି। ରିପୋର୍ଟ ଅନୁସାରେ ଏହି ଅନାସ୍ଥା ପ୍ରସ୍ତାବରେ ପ୍ରାୟ ୭୦ ସାଂସଦ ଦସ୍ତଖତ କରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ପଦରୁ ଧନଖଡଙ୍କୁ ହଟାଇବା ପାଇଁ ବିରୋଧୀ ଦଳ ଯୋଜନା କରିଛନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁସାରେ ରାଜ୍ୟସଭାକୁ ପରିଚାଳନା କରିବା ବେଳେ ଅଧ୍ୟକ୍ଷ ଧନଖଡ଼ ପାତରଅନ୍ତର କରୁଛନ୍ତି। ସେ ସରକାରୀ ଦଳର ସଦସ୍ୟଙ୍କ ପ୍ରତି ନରମ ମନୋଭାଗ ରଖୁଥିବା ବେଳେ ବିରୋଧୀଙ୍କୁ କହିବାକୁ ଉପଯୁକ୍ତ ସୁଯୋଗ ଦେଉନାହାନ୍ତି। ଏପରିକି ବିରୋଧୀ ଦଳର ସାଂସଦଙ୍କ ପ୍ରତି ମଧ୍ୟ ସେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଇଣ୍ଡିଆ ବ୍ଲକର ସାଂସଦମାନେ ନିୟମିତ ଭାବେ ଅଭିଯୋଗ କରି ଚାଲିଛନ୍ତି ଯେ, ବିରୋଧୀ ସଦସ୍ୟମାନେ ମତ ରଖୁଥିବା ବେଳେ ଧନଖଡ ଜାଣିଶୁଣି ଏଥିରେ ହସ୍ତକ୍ଷେପ କରୁଛନ୍ତି, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ସେ ପାତରଅନ୍ତର କରୁଛନ୍ତି। ବିଭିନ୍ନ ବତର୍କରେ ମଧ୍ୟରେ ଧନଖଡ ଶାସକ ଦଳର ସଦସ୍ୟଙ୍କ କଥାକୁ ଅଧିକ ଗୁରୁତ୍ୱ ଦେଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଧନଖଡଙ୍କ ଆଚରଣ ସଂସଦୀୟ ନିୟମକୁ ଉଲ୍ଲଙ୍ଘନ କରୁଥିବା ମଧ୍ୟ ବିରୋଧୀ କହିଛନ୍ତି। ତେବେ ଏପ୍ରକାର ଅଭିଯୋଗ ଆଧାରରେ ତାଙ୍କୁ ସଂସଦର ଉଚ୍ଚସଦନର ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ କଂଗ୍ରେସ ଏପ୍ରକାର ଏକ ପ୍ରସ୍ତାବ ଦେଇଥିଲା, ଯାହାକୁ ସମସ୍ତ ବିରୋଧୀ ଦଳ ସମର୍ଥନ କରିଛନ୍ତି। ଏହି ପ୍ରସ୍ତାବରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଛୋଟ ଦଳ ଏକତ୍ରିତ ହୋଇଛନ୍ତି। ପ୍ରକାଶ, ଗତ ଅଗଷ୍ଟ ମାସରେ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଧନଖଡଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ସେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଇଣ୍ଡିଆ ମେଣ୍ଟର ଅନେକ ନେତା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀଙ୍କ ଏପ୍ରକାର ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ନେଇ ତୀବ୍ର ବିରୋଧ କରିଛନ୍ତି। ରିଜିଜୁ ଦୃଢ଼ତାର ସହ କହିଛନ୍ତି, ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ଏକଥା ବିରୋଧୀମାନେ ମଧ୍ୟ ବେଶ୍ ଭଲଭାବେ ଜାଣିଛନ୍ତି ଯେ, ସେମାନଙ୍କର ଏହି ଚାଲ୍ ଫଳବତୀ ହେବନାହିଁ। ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯିବ। ତଥାପି ସେମାନେ ଏସବୁ କରୁଛନ୍ତି। ରିଜିଜୁଙ୍କ କହିବାନୁସାରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ନିୟମିତ ଭାବେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ପାଳନ ନ କରି ଗୃହରେ ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଗୃହ ଅଧ୍ୟକ୍ଷ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ଏହା ସେମାନଙ୍କ ପାଇଁ ଅସହ୍ୟ ହୋଇପଡୁଛି। ବିରୋଧୀଙ୍କ ପକ୍ଷପାତିତା ଅଭିଯୋଗକୁ ମଧ୍ୟ ରିଜିଜୁ ଖଣ୍ଡନ କରିଛନ୍ତି।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In