• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଡିସେମ୍ବର ୩୦ରେ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

by Voice of Victims
December 29, 2023
in ଦେଶ ବିଦେଶ, ମୁଖ୍ୟ ଖବର
ଡିସେମ୍ବର ୩୦ରେ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦, ୨୦୨୩ରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପ୍ରଧାନମନ୍ତ୍ରୀ ପୁନଃବିକଶିତ ଅଯୋଧ୍ୟା ରେଳ ଷ୍ଟେସନକୁ ଉଦଘାଟନ କରିବା ସହ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେ ଅନ୍ୟାନ୍ୟ ଅନେକ ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରଧାନମନ୍ତ୍ରୀ ନବନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ। ଅପରାହ୍ନ ପ୍ରାୟ ୧ଟା ରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସେ ରାଜ୍ୟରେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ। ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଜଡିତ ପ୍ରାୟ ୪୬୦୦ କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ।

ଅଯୋଧ୍ୟାରେ ଆଧୁନିକ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ, ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ଏହାର ନାଗରିକ ସୁବିଧାର ପୁନରୁଦ୍ଧାର କରିବା ସହିତ ସହରର ସମୃଦ୍ଧ ଇତିହାସ ଏବଂ ଐତିହ୍ୟ କୁ ଅନୁସରଣ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଏହି ପରିକଳ୍ପନାକୁ ସାକାର କରିବା ପାଇଁ ସହରରେ ଏକ ନୂତନ ବିମାନବନ୍ଦର, ନୂତନ ପୁନଃବିକଶିତ ରେଳ ଷ୍ଟେସନ, ନୂତନ ପୁନଃବିକଶିତ, ପ୍ରଶସ୍ତ ଓ ସୌନ୍ଦର୍ଯ୍ୟକରଣ ରାସ୍ତା ଏବଂ ଅନ୍ୟାନ୍ୟ ନାଗରିକ ଭିତ୍ତିଭୂମି ଉଦଘାଟିତ ହେଉଛି। ଏହାବ୍ୟତୀତ ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳରେ ନାଗରିକ ସୁବିଧାର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ଦିଗରେ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯିବ।

ଅଯୋଧ୍ୟାବିମାନବନ୍ଦର

୧୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କରାଯାଇଛି। ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂର କ୍ଷେତ୍ରଫଳ ୬୫୦୦ ବର୍ଗମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ। ଟର୍ମିନାଲ ବିଲଡିଂର ପ୍ରାଙ୍ଗଣରେ ଅଯୋଧ୍ୟାର ଆଗାମୀ ଶ୍ରୀରାମ ମନ୍ଦିରର ସ୍ଥାପତ୍ୟକୁ ଚିତ୍ରିତ କରାଯାଇଛି। ଟର୍ମିନାଲ ବିଲ୍ଡିଂର ଆଭ୍ୟନ୍ତରୀଣ ଭାଗ ଭଗବାନ ଶ୍ରୀରାମଙ୍କ ଜୀବନୀକୁ ଦର୍ଶାଉଥିବା ସ୍ଥାନୀୟ କଳା, ଚିତ୍ର କଳା ଏବଂ ଭିତ୍ତିଚିତ୍ରରେ ସଜ୍ଜିତ ହୋଇଛି। ଅଯୋଧ୍ୟା ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂରେ ଜିଆରଆଇଏଚଏ – ୫ ଷ୍ଟାର ରେଟିଂ ପୂରଣ କରିବା ପାଇଁ ଇନସୁଲେଟେଡ୍ ଛାତ ବ୍ୟବସ୍ଥା, ଏଲଇଡି ଲାଇଟିଂ, ବର୍ଷା ଜଳ ସଂରକ୍ଷଣ, ଝରଣା ସହିତ ଲ୍ୟାଣ୍ଡସ୍କେପିଂ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ସୌର ଶକ୍ତି ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଅନେକ ବୈଶିଷ୍ଟ୍ୟ ପ୍ରଦାନ କରାଯାଇଛି। ଏହି ବିମାନବନ୍ଦର ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ପର୍ଯ୍ୟଟନ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ।

ଅଯୋଧ୍ୟାଧାମରେଳଷ୍ଟେସନ

ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନ ନାମରେ ପରିଚିତ ପୁନଃବିକଶିତ ଅଯୋଧ୍ୟା ରେଳ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ୨୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ ହୋଇଛି। ତିନି ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ ରେଳଷ୍ଟେସନ ବିଲ୍ଡିଂରେ ଲିଫ୍ଟ, ଏସ୍କେଲେଟର, ଫୁଡ୍ ପ୍ଲାଜା, ପୂଜା ଆବଶ୍ୟକତା ପାଇଁ ଦୋକାନ, କ୍ଲକ୍ ରୁମ୍, ଶିଶୁ ଯତ୍ନ କକ୍ଷ, ପ୍ରତୀକ୍ଷା ଗୃହ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ଷ୍ଟେସନ ବିଲ୍ଡିଂ ‘ସମସ୍ତଙ୍କ ପାଇଁ ଉପଲବ୍ଧ’ ଏବଂ ‘ଆଇଜିବିସି ସାର୍ଟିଫାଏଡ୍ ଗ୍ରୀନ୍ ଷ୍ଟେସନ୍ ବିଲ୍ଡିଂ’ ହେବ।

ଅମୃତଭାରତଟ୍ରେନ୍, ବନ୍ଦେଭାରତଟ୍ରେନ୍ ଏବଂ ଅନ୍ୟାନ୍ୟ ରେଳପ୍ରକଳ୍ପ

ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଏକ ନୂତନ ବର୍ଗର ସୁପରଫାଷ୍ଟ ପାସେଞ୍ଜର ଟ୍ରେନ – ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅମୃତ ଭାରତ ଟ୍ରେନ୍ ହେଉଛି ଏକ ଏଲ୍ଏଚବି ପୁସ୍ ପୁଲ୍ ଟ୍ରେନ୍ ଯେଉଁଥିରେ ଅଣ-ବାତାନୁକୂଳିତ କୋଚ୍ ରହିଛି। ଉନ୍ନତ ଗତି ପାଇଁ ଏହି ଟ୍ରେନ୍ ର ଉଭୟ ପାର୍ଶ୍ୱରେ ଲୋକୋ ରହିଛି। ଏଥିରେ ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ଓ ଆକର୍ଷଣୀୟ ସିଟ୍, ଉନ୍ନତ ଲଗେଜ୍ ରାକ୍, ଉପଯୁକ୍ତ ମୋବାଇଲ ହୋଲଡର ସହିତ ମୋବାଇଲ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ପବ୍ଲିକ୍ ଇନଫର୍ମେସନ୍ ସିଷ୍ଟମ ଭଳି ଉନ୍ନତ ସୁବିଧା ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀ ୬ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ।

Post Views: 102
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In