• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଜବରଦଖଲ ଉଚ୍ଛେଦ:୧୬୩ ଧାରା ଜାରି

by Voice of Victims
January 2, 2025
in ମୁଖ୍ୟ ଖବର, ରାଜ୍ୟ
ଜବରଦଖଲ ଉଚ୍ଛେଦ:୧୬୩ ଧାରା ଜାରି

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାର ସମ୍ବେଦନଶୀଳ ମୋତିଝରଣ ଅଞ୍ଚଳରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଉଚ୍ଛେଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଏଥିନିମନ୍ତେ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଥିବା ବେଳେ ଡ୍ରୋନ୍‌ ଦ୍ୱାରା ଘଟଣା ଉପରେ ପୁଲିସ୍‌ ରଖିଛି କଡ଼ା ନଜର। ସମ୍ବଲପୁରର ଧନୁପାଲି ଥାନା ଛକଠାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଖୁବ୍‌ ବ୍ୟସ୍ତବହୁଳ ହୋଇଥିବା ବେଳେ ବହୁ ଲୋକ ସରକାରୀ ଜାଗା ମାଡ଼ି ବସିଥିଲେ। ଡ୍ରେନ୍‌କୁ ଅବରୋଧ କରି ସେଠାରେ ସ୍ଥାୟୀ ନିର୍ମାଣ କରାଯାଇଥିଲା। ଦୋକାନ ଘର ସାଙ୍ଗକୁ ବହୁ ତଳ ପ୍ରସାଦ ବିଶିଷ୍ଟ ଘର ବି ନିର୍ମାଣ ହୋଇଥିଲା। ଏଥିନିମନ୍ତେ ଯାତାୟତରେ ଅସୁବିଧା ହେଉଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା।ଗତ କିଛି ଦିନ ହେଲା ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ସକାଳେ ମୋତିଝରଣ ଅଞ୍ଚଳରେ ବ୍ୟାପକ ଫୋର୍ସ ପହଞ୍ଚିଥିଲେ। ଏହାପରେ ଧନୁପାଲି ଥାନା ଛକଠାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରି ଦିଆଯାଇଛି। କୌଣସି ଅପ୍ରୀତିକର ଘଟଣା ଆଶଙ୍କାରେ ୧୬୩ ଧାରା ଜାରି କରାଯାଇଛି। ତେଣୁ ୪ ଜଣରୁ ଅଧିକ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ରିତ ହେବାକୁ ମାଇକ ଯୋଗେ ମନା କରାଯାଉଛି।

Post Views: 102
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In