ନୂଆଦିଲ୍ଲୀ: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦର କେମିକାଲ ଭର୍ତ୍ତି ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ହୋଇଛି । ଘଟଣାରେ ଅତିକମରେ ୧୦ ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ଅନେକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ସିଗାଚି କେମିକାଲ୍ସରେ ହୋଇଛି ।

ଖବର ମୁତାବକ, ଏହି ଘଟଣାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗୁରୁତର ଆହତ ହୋଇଥିବା ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କରିଛନ୍ତି । କାରଖାନାରେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । କିନ୍ତୁ କୌଣସି ତ୍ରୁଟି ଯୋଗୁଁ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ।
