• About Us
  • Contact Us
Wednesday, November 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ଦେଶରୁ ହଟାଯାଉ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ !

by Voice of Victims
November 10, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ଦେଶରୁ ହଟାଯାଉ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ !

ଦେଶରୁ ହଟାଯାଉ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ! ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଦାବି । ଦୁର୍ନୀତି ରୋକିବାକୁ ବଡ଼ ନୋଟ୍ ବନ୍ଦ କରିବା ସପକ୍ଷରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, କେବଳ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ରଖିବାକୁ ପ୍ରସ୍ତାବ । ଦେଶରେ ପୁଣି ନୋଟ୍ ବନ୍ଦୀ ହେବ କି ? ବଜାରରୁ ହଟିଯିବ କି ୫୦୦ ଟଙ୍କିଆ ନୋଟ୍ ? ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଏକ ବଡ଼ ବୟାନ ପରେ ଏଭଳି ପ୍ରଶ୍ନ ସାମ୍ନାକୁ ଆସିଛି ।

ଦେଶରୁ ଦୁର୍ନୀତି ଓ କଳାଧନର କାରବାର ରୋକିବା ପାଇଁ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି ନାଇଡୁ । ସୋମବାର ନାଇଡୁ କହିଛନ୍ତି, ବଡ଼ ମୂଲ୍ୟର ନୋଟ୍ ଦୁର୍ନୀତି ଓ ବେଆଇନ ନଗଦ କାରବାରକୁ ପ୍ରୋତ୍ସାହିତ କରୁଛି। ତେଣୁ ୫୦୦, ୧୦୦୦ ଓ ୨୦୦୦ ଟଙ୍କିଆ ନୋଟ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ହଟାଇ କେବଳ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ରଖିବା ଉଚିତ । ଏହାଦ୍ୱାରା ବଡ଼ ଧରଣର ନଗଦ କାରବାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ନାଇଡୁ କହିଛନ୍ତି, ଏହି ପ୍ରସଙ୍ଗ ସେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଉଠାଇଛନ୍ତି। ଡିଜିଟାଲ୍ କରେନ୍ସି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତିରେ ମଧ୍ୟ ସେ ନିଜର ମତାମତ ଦେଇଥିଲେ । ଏବେ ପୁଣିଥରେ ବଡ଼ ନୋଟ୍ ବନ୍ଦ କରିବାକୁ ଦାବି କରିଛନ୍ତି। ଆଗକୁ ମଧ୍ୟ ଏହି ପ୍ରସଙ୍ଗ ଉଠାଇବେ ବୋଲି ସ୍ପଷ୍ଟ କରିଛନ୍ତି ।

ଦୁର୍ନୀତିକୁ ଏକ ଦୁଷ୍ଚକ୍ର ବୋଲି ବର୍ଣ୍ଣନା କରି ନାଇଡୁ କହିଛନ୍ତି, ବ୍ୟବସ୍ଥାରେ ରହିଥିବା ତ୍ରୁଟି ଯୋଗୁଁ ଦୁର୍ନୀତି ବଢ଼ୁଛି । ପ୍ରଯୁକ୍ତିବିଦ୍ୟାର ସଠିକ୍ ବ୍ୟବହାର ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେଲେ ଅର୍ଥନୈତିକ ସ୍ୱଚ୍ଛତା ବଢ଼ିବା ସହ ସମ୍ପତ୍ତି ସୃଷ୍ଟି ଓ ଦାରିଦ୍ର୍ୟ ଦୂରୀକରଣ ସହଜ ହେବ ବୋଲି ସେ ମତ ଦେଇଛନ୍ତି । ନିର୍ବାଚନରେ ଅର୍ଥବଳର ବ୍ୟବହାରକୁ ନେଇ ମଧ୍ୟ ନାଇଡୁ ଚିନ୍ତା ପ୍ରକାଶ କରିଛନ୍ତି ।

ତାଙ୍କ କହିବା ଅନୁସାରେ, ରାଜନୀତି ଅର୍ଥ ରୋଜଗାରର ମାଧ୍ୟମ ନୁହେଁ, ବରଂ ଜନସେବାର ମାଧ୍ୟମ ହେବା ଉଚିତ। ନିର୍ବାଚନ ଜିତିବା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଥିବା ନେତା ପରବର୍ତ୍ତୀ ସମୟରେ ସେହି ଅର୍ଥ ଫେରିପାଇବାକୁ ଚେଷ୍ଟା କରିପାରନ୍ତି । ତେଣୁ ନିର୍ବାଚନୀ ଖର୍ଚ୍ଚ ହ୍ରାସ ଏବଂ ଅର୍ଥବଳ ଉପରେ ଅଙ୍କୁଶ ଜରୁରୀ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିଥିଲେ । ଏହାର ୧୦ ବର୍ଷ ପୂର୍ତ୍ତି ପରଦିନ ନାଇଡୁ ପୁଣି ବଡ଼ ନୋଟ୍ ବନ୍ଦ କରିବା ପ୍ରସଙ୍ଗ ଉଠାଇଛନ୍ତି । ଅନ୍ୟପକ୍ଷରେ, ରିଜର୍ଭ ବ୍ୟାଙ୍କ ୨୦୨୩ ମେ ମାସରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିସାରିଛି । ତେବେ ଏହି ନୋଟ୍ ର ଆଇନଗତ ବୈଧତା ଏବେ ବି ବଜାୟ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନାଇଡୁଙ୍କ ଏହା କେବଳ ଏକ ପ୍ରସ୍ତାବ। ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବା ନେଇ କେନ୍ଦ୍ର ସରକାର କିମ୍ବା ଆରବିଆଇ ପକ୍ଷରୁ କୌଣସି ନୂଆ ନିଷ୍ପତ୍ତି ଘୋଷଣା କରାଯାଇନାହିଁ ।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ରହିଛି ଭୋଟର୍ କାର୍ଡ: ସରକାରଙ୍କୁ ବିଜେଡିର ଟାର୍ଗେଟ୍
  • ପାରା ତୀରନ୍ଦାଜ ପାୟଲ ନାଗଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲା କ୍ରୀଡ଼ା ଓ ଯୁବସେବା ବିଭାଗ
  • ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀକୁ ପ୍ରଥମ ସ୍ଥାନ, ରାଜ୍ୟର ପ୍ରଥମ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ମାନ୍ୟତା
  • ରଣପୁର ଓସ୍ତପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
  • ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବଡ଼ ଆକ୍ସନ, କାର୍ଯ୍ୟରେ ଅବହେଳା ପାଇଁ ଥରକେ ୧୫ ଅଧିକାରୀ ସସପେଣ୍ଡ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In