ବାଲେଶ୍ଵର ( ଭିଓଭି ) ୧୦/୧୧ : – ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କର ୭୨ ତମ ଜନ୍ମତିଥି , ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି , ଉପମୁଖ୍ୟମନ୍ତ୍ରୀ ମାନନୀୟା ପ୍ରଭାତି ପରିଡ଼ା ବାଲେଶ୍ଵର ଆଇ ଟି ଆଇ ପଡିଆ ରେ ହେଲିପ୍ୟାଡରେ ପହଞ୍ଚି ଥିଲେ । ଆଜି ବାଲେଶ୍ୱର ମାଟିରୁ ଓଡ଼ିଶାର ସାମାଜିକ ସୁରକ୍ଷା ଇତିହାସରେ ଏକ ନୂତନ ଯୁଗର ଶୁଭାରମ୍ଭ ହୋଇଛି ।

ଦୀର୍ଘ ବର୍ଷ ଧରି ପୂର୍ବ ସରକାରଙ୍କ ଦ୍ୱାରା ଭତ୍ତା ପ୍ରଦାନର ଅବ୍ୟବସ୍ଥା ଯୋଗୁଁ ଲକ୍ଷାଧିକ ବୃଦ୍ଧ ବୃଦ୍ଧା ଭତ୍ତା ପାଇବା ରୁ ବଞ୍ଚିତ ଥିଲେ । ବର୍ଷ ବର୍ଷ ଧରି ନିଜ ଅଧିକାରରୁ ବଞ୍ଚିତ ଥିବା ୫ ଲକ୍ଷ ୫ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଗଲା । ରାଜ୍ୟର ସବୁ ଯୋଗ୍ୟ ବ୍ୟକ୍ତିଙ୍କ ଅଧିକାରକୁ ସମ୍ମାନ ଜଣାଇ ସାମାଜିକ ସୁରକ୍ଷାର ଶତପ୍ରତିଶତ ସମ୍ପୂର୍ଣ୍ଣତା (Saturation) ହାସଲ ସହ ନୂତନ UPMP ପୋର୍ଟାଲ ମାଧ୍ୟମରେ ସମଗ୍ର ବ୍ୟବସ୍ଥାକୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ସରଳ କରାଯାଇଛି, ଯେଉଁଥିରେ ଆବେଦନର ପର ମାସରୁ ହିଁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ହାତକୁ ସିଧାସଳଖ ତାଙ୍କ ପ୍ରାପ୍ୟ ପହଞ୍ଚି ପାରିବ ।

କଲ୍ୟାଣକାରୀ ଶାସନର ଏହି ଦୃଢ଼ ସଂକଳ୍ପ ସହିତ ଆଜି ବାଲେଶ୍ୱରର ବିକାଶକୁ ନୂତନ ଗତି ଦେବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରାଗଲା, ଯାହା ଜିଲ୍ଲାର ସ୍ୱାସ୍ଥ୍ୟ, ନଗର ଉନ୍ନୟନ ଓ ଯୋଗାଯୋଗ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଆମ ଡବଲ ଇଞ୍ଜିନ ସରକାର ଅସହାୟ, ଗରିବ, କୃଷକ ଓ ମହିଳାଙ୍କ ସ୍ୱାର୍ଥରକ୍ଷା ତଥା ଏକ ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଜେନା , ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ , ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ମସୋଦୟ ଙ୍କୁ ସ୍ୱାଗତ କରିଥିଲେ । ବହୁ ସଂଖ୍ୟା ରେ ଦଳୀୟ କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଶତାଧିକ ମିଶନ ଶକ୍ତି ର ମହିଳାମାନେ ଯୋଗଦେଇଥିଲେ ।
