ବାଲେଶ୍ଵର ( ଭିଓଭି ) ୨୯/୬ : – ଝାଡଖଣ୍ଡ ର ଚାନ୍ଦିଲି ବନ୍ଧ ଫାଟକ ଖୋଲାଯିବା ଏବଂ ଗତ ୧୦ ଦିନ ରୁ ଅଧିକ ସମୟ ହେବ ଲଗାଣ ବର୍ଷା ଯୋଗୁଁ ଜଳକା ଏବଂ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବସ୍ତା ଅଞ୍ଚଳର ବହୁ ଜନଜୀବନ ଅତ୍ୟନ୍ତ ଭାବେ ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ହୋଇ ବାଲିଆପାଳ ବ୍ଲକର ୫ଟି ମୂଖ୍ୟ ରାସ୍ତାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଗାଈଗୋରୁ ,ଛେଳି , ଏବଂ କିଛି ଲୋକ ମଧ୍ୟ ଏବେ ସୁଦ୍ଧା ପାଣି ଘେରରେ ରହିଛନ୍ତି । ୨ ଦିନ ହେଲା ଲୋକମାନେ ପାଣି ଘେରରେ ଥିଲେ ମଧ୍ୟ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ , ପିଇବା ପାଣି ଯୋଗାଇ ଦିଆଯାଇନାହିଁ ବୋଲି ଅତି ଦୁଃଖର ସହ କହୁଛନ୍ତି ।
ଆଜି ବସ୍ତା ବ୍ଲକ୍ ବିଧାୟିକା ସୁବାଶିନୀ ଯେନା , ବାଲେଶ୍ଵର ଏଡିଏମ୍ ସୁଧାକର ନାୟକ ପ୍ରମୁଖ ପତ୍ରଝଡ଼ା ପଞ୍ଚାୟତର ସରଡ଼ିହା, ନାଭ, କୁଶଡ଼ିହା, ମଥାନୀ ପଞ୍ଚାୟତ, ସଦାନନ୍ଦପୁର ପଞ୍ଚାୟତର କାଶମାରୀ, ଟିକିରାପଡ଼ା, ଗୁଣ୍ଡୁରିସାହି ଇତ୍ୟାଦି ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ବନ୍ୟା ଘେରରେ ଫସି ରହିଥିବା ଅଞ୍ଚଳର ବାସିନ୍ଦା ମାନଙ୍କୁ ଅଗ୍ନିଶମ ବିଭାଗ, ପ୍ରଶାସନ ଓ ସ୍ଥାନୀୟ ନେତୃବୃନ୍ଦ ମାନଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ସେମାନଙ୍କର ରହିବା, ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି ।
