• About Us
  • Contact Us
Saturday, July 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା

by Voice of Victims
July 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା

ଭୁବନେଶ୍ୱର, ଜୁଲାଇ ୨୪: ଯୁବ ସମାଜର ମାନସିକ ସ୍ୱାସ୍ଥ୍ୟ, ଭାବନା ଓ ମାନସିକ ଚାପ, ଜୀବନଶୈଳୀ, ଡିଜିଟାଲ ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗକୁ ନେଇ ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ନଅ ଦିନିଆ କର୍ମଶାଳା ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି । ‘ଯୁବ ମାନସିକତା, ଦୃଢ଼ମନା ଯୁବପିଢ଼ି, ଉଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗକୁ ନେଇ ଆୟୋଜିତ କର୍ମଶାଳାର ଶୀର୍ଷକ ରହିଥିଲା “ଯୁବ ସମାଜକୁ ଦୃଢ଼ିଭୂତ କରିବା: ସାମଗ୍ରିକ ସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା” । ଏହି କର୍ମଶାଳାରେ ଅନୁଭୂତି ଭିତିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ଅସ୍ୱାସ୍ଥ୍ୟକର ଭାବନାତ୍ମକ ଆଚରଣ ଉପରେ ସିମ୍ୟୁଲେସନ୍‌, ଦୃଢ଼ତା ଏବଂ ସୁସ୍ଥ ମୁକାବିଲା କୌଶଳ ସମ୍ପର୍କିତ ବିଭିନ୍ନ ଆଲୋଚନା ଆୟୋଜିତ ହୋଇଥିଲା ।

କର୍ମଶାଳାରେ କିଶୋରାବସ୍ଥାର ମାନସିକ ସ୍ୱାସ୍ଥ୍ୟ, ଭାବନା ଓ ମାନସିକ ଚାପ, ସକାରାତ୍ମକ ମାନସିକ ସ୍ୱାସ୍ଥ୍ୟ, ଜୀବନ କୌଶଳ, ସମସ୍ୟା ସମାଧାନ କ୍ଷମତା, ଡିଜିଟାଲ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା, ଦୃଢ଼ତା ଓ ସୁସ୍ଥ ମୁକାବିଲା କୌଶଳ ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅଂଶଗ୍ରହଣକାରୀମାନେ ଇମୋସନାଲ ହ୍ୱିଲ୍‌, ଷ୍ଟ୍ରେସ୍ ବେଲୁନ୍‌, ରେଜିଲିଏନ୍ସ ଟ୍ରି ଆଣ୍ଡ ଭିଜନ୍ ବୋର୍ଡ ଭଳି ଅଭିନବ କାର୍ଯ୍ୟକଳାପରେ ଉତ୍ସାହର ସହ ଭାଗ ନେଇ ନିଜର ଭାବନାକୁ ଚିହ୍ନଟ କରିବା, ମାନସିକ ଚାପ ପରିଚାଳନା, ବ୍ୟକ୍ତିଗତ ସାମର୍ଥ୍ୟର ବିକାଶ, ସହଯୋଗୀ ବ୍ୟବସ୍ଥା ଗଢ଼ି ତୋଳିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକତା, ଭାବନାତ୍ମକ ସୁସ୍ଥତା, ବ୍ୟକ୍ତିଗତ ବିକାଶ, କ୍ୟାରିୟର ଓ ପରିବାର କ୍ଷେତ୍ରରେ ଭବିଷ୍ୟତ ଲକ୍ଷ୍ୟ ସ୍ଥିର କରିବା ସଂର୍ପକରେ ଶିକ୍ଷାଲାଭ କରିଥିଲେ । ଏହାଛଡ଼ା କେସ୍ ଷ୍ଟଡି, ପୁସ୍ତକ, ଜର୍ଣ୍ଣାଲ, ପୋଷ୍ଟର ଓ ଖବରକାଗଜର ପ୍ରବନ୍ଧ ମାଧ୍ୟମରେ ଆଲୋଚନାକୁ ଅଧିକ ସମୃଦ୍ଧ କରାଯାଇଥିଲା ।

କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଡିନ୍ ପ୍ରଫେସର ସସ୍ମିତା ଦାସ, ଅତିରିକ୍ତ ଡିନ୍ ପ୍ରଫେସର ତପତୀ ସାହା ଏବଂ ସହଯୋଗୀ ପ୍ରଫେସର ଦେବଜାନୀ ନାୟକ ଉପସ୍ଥିତ ଥିଲେ ।
ବୈଜ୍ଞାନିକ ଅଧିବେଶନରେ ସହଯୋଗୀ ପ୍ରଫେସର ସୁଚିସ୍ମିତା ପାହାନ୍ତା ସିଂହ, ଡା. ଅମିୟ କୃଷ୍ଣ ପଣ୍ଡା, ଡା. ରିୟା ଶେଟ୍ଟୀ, ଡା. କୀର୍ତି ଅନୁରାଗ, ଡା. ଶୁଭେନ୍ଦୁ ନାରାୟଣ ମିଶ୍ର, ଡା. ହିରଣ୍ମୟ ମହାପାତ୍ର, ଶ୍ରୀମତୀ ରୀତା ରାଣୀ ନାୟକ ଏବଂ ଶ୍ରୀମତୀ ଶେଫାଳୀ ମହାରଣା ବିଶେଷଜ୍ଞ ଭାବେ ଅଧିବେଶନ ପରିଚାଳନା କରିଥିଲେ । ପ୍ରଥମ ବର୍ଷ ଏମ୍‌.ଏସ୍‌.ସି. ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଫେସର ତପତୀ ସାହାଙ୍କ ତତ୍ୱାବଧାନରେ ଏହି କର୍ମଶାଳାର ଯୋଜନା ଓ ପରିଚାଳନା କରାଯାଇଥିଲା । ଛାତ୍ର ଅମିତ ସାହୁ ଓ ଛାତ୍ରୀ ପାୟଲ ପଣ୍ଡା ଏହାର ସଂଯୋଜନା କରିଥିଲେ । କର୍ମଶାଳାରେ ପ୍ରତିଦିନର ପୁନରାବୃତି ଅଧିବେଶନ, ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା, ଦଳଗତ ଉପସ୍ଥାପନା, ପୋଷ୍ଟ-ଟେଷ୍ଟ, କର୍ମଶାଳା ମୂଲ୍ୟାଙ୍କନ ଓ ମତାମତ ସଂଗ୍ରହ କରାଯାଇଥିଲା ।

ସମାପନୀ ଉତ୍ସବରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଏବଂ ଡା. ରଶ୍ମିମାଳା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଅବସରରେ ଯୋଗ୍ୟ ଅଂଶଗ୍ରହଣକାରୀ ଓ ଆୟୋଜକ କମିଟି ସଦସ୍ୟଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ଅଧ୍ୟାପକମାନଙ୍କୁ ସମ୍ମାନିତ କରାଯାଇଥିଲା । କର୍ମଶାଳାର ରିପୋର୍ଟ ଉପସ୍ଥାପନ, ବିଶ୍ଳେଷଣ ଓ ଅଂଶଗ୍ରହଣକାରୀଙ୍କ ମତାମତ ସଂଗ୍ରହ ସହିତ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ଦୃଢ଼ତା, ଆଶାବାଦ ଓ ସାମଗ୍ରିକ ସୁସ୍ଥତାର ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ଅଭିନବ ପଦକ୍ଷେପର ସଫଳ ସମାପନ ହୋଇଥିଲା ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା
  • ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା : ସିଇସି
  • ବଢ଼ୁଛି ହୀରାକୁଦର ଜଳସ୍ତର, ଖୋଲିଲା ଜଳଭଣ୍ଡାରର ଆଉ ୪ ଗେଟ୍
  • ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ବୟାନ, କହିଲେ ୪ଟା ପୂର୍ବରୁ ହେବ ରଥ ଟଣା
  • “ପେପର ଲିକ୍ ର ଦୋଷୀଙ୍କ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ”: ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ CJPର ପ୍ରଥମ ପ୍ରତିକ୍ରିୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In