ବ୍ରହ୍ମପୁର: ବ୍ରହ୍ମପୁରରେ ଫୁଟିଲା ଗୁ ଳି। ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ଆହତ ହୋଇଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ନକିଟରେ ଏନକାଉଣ୍ଟର ହୋଇଛି । ସୁନୀଲ ନହାକ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଥିଲା ପୋଲିସ । ତାର ବାମଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ହତ୍ୟା, ଡକାୟତି, ରାହାଜାନି, ଲୁଟ୍ ପରି ମାମଲାରେ ଜଡିତ ଥିଲା ସୁନୀଲ । ପୂର୍ବରୁ ଅନେକ ଥର ଜେଲ୍ ମଧ୍ୟ ଯାଇଛି। ଏବେ ନିମଖଣ୍ଡି ଥାନାର ଏକ ମାମଲାର ସୁନୀଲକୁ ଖୋଜୁଥିଲା ପୋଲିସ ।

