• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏଣିକି ଜାତି ପ୍ରମାଣପତ୍ରରେ ଆଉ ହେବନି ‘ହରିଜନ’ ଶବ୍ଦର ବ୍ୟବହାର, ଏସ୍‌ସି/ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଚିଠି 

by Voice of Victims
August 13, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଏବେ ପୁରୀ ପୌରପାଳିକା ହେବ ମହାନଗର ନିଗମ

ଭୁବନେଶ୍ୱର : ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ “ହରିଜନ” ଶବ୍ଦ । ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ “ହରିଜନ” ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ ।  ଏସ୍‌ସି/ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଚିଠି ଦିଆଯାଇଛି ।  ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ‘ହରିଜନ’ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ପ୍ରକାରର ବ୍ୟବହାରରେ ଦେଖାଯିବ ନାହିଁ  ।

ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ଅଧିସୂଚିତ ଅନୁସୂଚିତ ଜାତିର ବ୍ୟକ୍ତିମାନଙ୍କୁ ସୂଚିତ କରିବା ପାଇଁ କେବଳ ସାମ୍ବିଧାନିକ ଶବ୍ଦ ‘ଅନୁସୂଚିତ ଜାତି’ ବ୍ୟବହୃତ ହେବ ।  ‘ହରିଜନ’ ବଦଳରେ ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ପତ୍ରରେ ‘ଅନୁସୂଚିତ ଜାତି’ ଉଲ୍ଲେଖ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶ କଡା କଡ଼ି ପାଳନ ହେବ ।  ଏହି ପରିବର୍ତ୍ତନ ବିଷୟରେ କର୍ମଚାରୀମାନଙ୍କୁ ସୂଚନା ଦେବାକୁ ଏବଂ ସେହି ଅନୁସାରେ ବିଦ୍ୟମାନ ଡକ୍ୟୁମେଣ୍ଟ ଏବଂ ରେକର୍ଡଗୁଡ଼ିକୁ ଅପଡେଟ୍ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Post Views: 272
Share198Tweet124Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In