କଟକ (ଭି ଓ ଭି): ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ପୁରାତନ ଛାତ୍ର ସଂସଦ ତରଫରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ। ଆଜିର ଏହି ପବିତ୍ର ଦିନରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ସରସ୍ଵତୀ ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ଛାତ୍ର ସଂସଦର ସମ୍ପାଦକ ସୁବ୍ରତ ମହାନ୍ତି, ଉପ ସଭାପତି କବି ଡାକ୍ତର ଅମିୟ ରଂଜନ ମହାପାତ୍ର, ଯୁଗ୍ମ ସମ୍ପାଦକ ରଶ୍ମି ରଂଜନ ସ୍ଵାଇଁ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ରାଉତ, କାର୍ଯ୍ୟ ନିର୍ବାହୀ ପରିଷଦ ସଭ୍ୟ ମନୋରଂଜନ ମିଶ୍ର, କାର୍ଯ୍ୟକାରୀ ପରିଷଦ ସଭ୍ୟା ଆରତୀ ପଣ୍ଡା, ପ୍ରାକ୍ତନ ଛାତ୍ର ପୁଣ୍ୟଶ୍ଳୋକ ଦାଶ, ସ୍କୁଲ୍ ପ୍ରଧାନ ଶିକ୍ଷକ ତଥା ପ୍ରାକ୍ତନ ଛାତ୍ର ଅଶୋକ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
