• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଷ୍ଟ୍ର ଜାଗରଣ ସମିତି ପକ୍ଷରୁ ପାଳିତ ହେଲା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ

by Voice of Victims
August 15, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଷ୍ଟ୍ର ଜାଗରଣ ସମିତି ପକ୍ଷରୁ ପାଳିତ ହେଲା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ

ବାଲେଶ୍ଵର (ଭିଓଭି);୧୫/୮ – ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଏବଂ ୭୯ ତମ ସ୍ବାଧିନତା ଦିବସ । ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ରେମୁଣା ମନ୍ଦିରଛକ ଠାରେ ରାଷ୍ଟ୍ର ଜାଗରଣ ସମିତି ତରଫରୁ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ପତାକା ଉତ୍ତୋଳନ ପରେ ୭ ଟି ସ୍କୁଲ ର ଛାତ୍ର ଛାତ୍ରୀ , ଆଖପାଖ ଅଞ୍ଚଳବାସୀ , ଏବଂ ସମିତିର ସମସ୍ତ କର୍ମୀ ଙ୍କୁ ନେଇ ଏକ ବିଶାଳ ପଦଯାତ୍ରା କରାଗଲା ।‌ ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଧାୟକ ତଥା ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ୱାଧୀନତା ପାଇବା ପାଇଁ ଅନେକ ବଳୀଦାନୀଙ୍କ ରକ୍ତରେ ରଞ୍ଜିତ ହୋଇଛି ଆମ ମାଟି ଆଉ ମାତୃଭୂମି । ଏହି ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଗର୍ବ ଏବଂ ସ୍ମରଣୀୟ ଦିବସ ।

ସ୍ୱାଧୀନ ଭାରତର କଥାକୁ ପ୍ରତିଟି ହୃଦୟରେ ପହଞ୍ଚାଇ ରାଷ୍ଟ୍ରପ୍ରୀତି ଜାଗ୍ରତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସମିତିର ସଭାପତି ସରୋଜ କୁମାର ବେହେରା କହିଲେ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଦେବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ଵ । କାର୍ଯ୍ୟକ୍ରମରେ ସମିତିର ଆବାହକ ଜୟନ୍ତ କୁମାର ପଣ୍ଡା ନାରୀ ମାନଙ୍କ ର ସୁରକ୍ଷା ସମ୍ବନ୍ଧରେ କଥା ରଖିଲେ । ସୁରେଶ ଦାସ , କିରଣ କୁମାର ମହାରଣା , କାହ୍ନୁଚରଣ ବେହେରା , କାଉନସିଲର ଶିବଶଙ୍କର ରାୟ , ମୀନାକ୍ଷୀ ବେହେରା ଏବଂ ସଂଜୟ କୁମାର ସେଠୀ , ଦେବଦତ୍ତ ବାରିକ , ହେମଲତା ସେଠୀ , ଉମାକାନ୍ତ ପଣ୍ଡା , ସୁଚିତ୍ରା ଦାସ , ରୀତାଞଳି ମହାପାତ୍ର , ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ସରସ୍ଵତୀ ଜେନା ମଞ୍ଚ ଆବାହନ କରିଥିଲେ । ସମିତିର ସମ୍ପାଦକ ତଥା ଏନ ଏ ସି ର ମଣ୍ଡଳ ସଭାପତି ମାୟାଧର ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post Views: 105
Share201Tweet126Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In