ବାଲେଶ୍ଵର (ଭିଓଭି),୨/୯ – ଲଘୁଚାପ ର ପ୍ରଭାବରେ ଗତକାଲି ମଧ୍ୟରାତ୍ରିରୁ ଚାଲିଥିବା ପ୍ରବଳ ବର୍ଷା କାରଣ ରୁ ବାଲେଶ୍ଵରର ମୂଖ୍ୟ ଚିକିତ୍ସାଳୟ ପରିସର ରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଚିକିତ୍ସାଳୟ ର ପଛପଟେ ଏକ ବିଶାଳ ଗଛ ଆମ୍ବୁଲାନ୍ସ ଉପରେ ପଡ଼ିଯାଇଛି । ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ନାଳ ଭର୍ତ୍ତି ହୋଇ ରାସ୍ତା ଉପରେ ପାଣିର ସୁଅ ଚାଲିଛି ।

ନୂଆସାହି , ଚୁନଭାଟି , ବାରବାଟି ଅଞ୍ଚଳ ଜଳମଗ୍ନ ହୋଇ ଯାନବାହାନ ଯାତାୟାତ ରେ ବ୍ୟାଘାତ ସ୍ତୃଷ୍ଟି ହୋଇଛି । ଅଧିକ କ୍ଷୟକ୍ଷତି ହୋଇନଥିବାର ସୂଚନା ରହିଛି ।
