ବାଲେଶ୍ଵର (ଭିଓଭି),୨/୯ – ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ଗ୍ରାମପଞ୍ଚାୟତ ଅଧିନ ମଇତାପୁର ଜିପିଏଲଏଫ ର ୧୩ ଜଣ ସିଆରପି ସିଏମ୍ ୨୧ ମାସର ବକେୟା ଦରମା ପାଇବା ପାଇଁ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି । ଉକ୍ତ ଅନଶନରେ ବସିବା ପାଇଁ ସେମାନେ ୨୫/୮ ରିଖରେ ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଜଣାଇଥିଲେ । ପ୍ରକାଶଥାଉ କି ମଇତାପୁର ଜିପିଏଲଏଫ ୪/୧/୨୦୨୧ ରେ ଗଠନ ହୋଇଥିଲା । ୨୧/୧୨/୨୦୨୩ ମସିହାରେ ବ୍ଲକ୍ ତରଫରୁ ପରୀକ୍ଷା କରାଯାଇ ୧୩ ଜଣ ସିଆରପି ସିଏମ୍ ଙ୍କୁ ନିଯୁକ୍ତି କରାଗଲା ।
ସେହିଦିନ ଠାରୁ ସେମାନେ ଅଦ୍ୟାବଧି ନିଜର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କର ପାରିଶ୍ରମିକ ଦିଆଯାଉନାହିଁ । ସିମୁଳିଆ ବ୍ଲକ ର ବିଡ଼ିଓ , ବିପିଏମ୍ , ବାଲେଶ୍ଵର ଡିପିଏମ୍ , ପିଡି ଏବଂ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଆସୁଥିଲେ ମଧ୍ୟ କୈ।ଣସି ସୁଫଳ ମିଳି ନ ଥିଲା । ତେଣୁ ବାଧ୍ୟ ହୋଇ ମହିଳାମାନେ ବକେୟା ଦରମା ପାଇବା ପାଇଁ କଲେକ୍ଟର ଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ନ୍ୟାୟ ନ ମିଳିବା ଯାଏ ଅନିର୍ଦିଷ୍ଟକାଳ ପାଇଁ ଧାରଣା ଚାଲିବ ବୋଲି ସିଆରପି ନିରୁପମା ସିଅଳ , ରଞ୍ଜିତା ବେହେରା , ବନିତା ମହାରଣା , ନମିତା ମିଶ୍ର , ଚିନ୍ମୟୀ ନାୟକ, ନିର୍ମଳା ଦାସ , ପଦ୍ମାବତୀ ନାୟକ , ପାର୍ବତୀ ପଲେଇ , ମଧୁସ୍ମିତା ସିଅଳ ,ସୁହାଗି ମୁର୍ମୁ , ତପସ୍ୱୀନି ମଲିକ , ଲିପ୍ସାରାଣି ସିଂ ନିଜର ମନ୍ତବ୍ୟ ଦେଇଛନ୍ତି । ମହିଳାମାନେ ସକାଳ ୯ ଟା ରୁ ଏ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ମଧ୍ୟ ଜିଲ୍ଲାପାଳ ଙ୍କ ତରଫରୁ କୈ।ଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବା ଦୁଃଖ ଓ ପରିତାପର ବିଷୟ ।
