• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜରାୟୁ କର୍କଟ ଟୀକାକରଣ ଓ ଋତୁଶ୍ରାବ ପରିଛନ୍ନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

by Voice of Victims
September 7, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଜରାୟୁ କର୍କଟ ଟୀକାକରଣ ଓ ଋତୁଶ୍ରାବ ପରିଛନ୍ନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

(ଭିଓଭି) କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ପୁରାତନ ଛାତ୍ରୀମାନେ ସ୍କୁଲ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ବହୁତ ପୁରାତନ ଛାତ୍ରୀ ଓ ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ “ଜରାୟୁ କର୍କଟ ଟୀକାକରଣ ଓ ଋତୁଶ୍ରାବ ପରିଛନ୍ନତା” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଋତୁସ୍ରାବ ବିଷୟରେ ନୀରବତା ଭାଙ୍ଗିବା ଏବଂ ଋତୁସ୍ରାବ ପରିଷ୍କାର ପରିଚ୍ଛନ୍ନତା ଏବଂ ଗର୍ଭାଶୟ ସ୍ୱାସ୍ଥ୍ୟ ବିଷୟରେ ଶିକ୍ଷା ଦେବା ଦିଗରେ ଗୋଟିଏ ପାଦ ଆଗକୁ ଯାଇ ବିଦ୍ୟାଳୟର ପୁରାତନ ଛାତ୍ରୀମାନଙ୍କ ଦ୍ଵାରା ପରିକଳ୍ପିତ ଏହି କାର୍ଯ୍ୟକ୍ରମକୁ ସ୍କୁଲର ସଭାଗୃହରେ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲୀଳାବତୀ ଗୁରୁ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର କର୍କଟ ରୋଗ ବିଶେଷକରି ଜରାୟୁ ଓ ଗର୍ଭାଶୟ କର୍କଟ ରୋଗ ସମ୍ପର୍କରେ ବୁଝାଇଥିଲେ।ସମୟାନୁସାରେ ଟୀକାକରଣ ଦ୍ୱାରା ଏହାର ନିରାକରଣ ସମ୍ଭବ। ତେଣୁ ବୟସ ଅନୁସାରେ ଟୀକା ନେଇ ଜରାୟୁ କର୍କଟ ରୋଗରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। ମାସିକ ଋତୁଶ୍ରାବ ସମୟରେ ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତା ନିଜର ସ୍ୱାସ୍ଥ୍ୟ, ଗରିମା ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ। ତେଣୁ ନିଜର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ସ୍ୱାଧୀନତା ଅପେକ୍ଷା ପରିଚ୍ଛନ୍ନତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ପାଇଁ ମର୍ଯ୍ୟାଦା, ସମାନତା ଏବଂ ଆତ୍ମବିଶ୍ଵାସ ଆଣି ଦେଇଥାଏ।

ଆଜିର କାର୍ଯ୍ୟକ୍ରମରେ ସେହିସବୁ ବିଷୟଗୁଡ଼ିକ ଆଲୋକପାତ କରାଯାଇଥିଲା ଯାହା ମହିଳା ସଶକ୍ତିକରଣର ପ୍ରଥମ ପାହାଚ ଭାବେ ବିବେଚିତ ହୁଏ। ସୁସ୍ଥ ରହିଲେ ହିଁ ଆମେ ନିଜ କଥା ଓ ସମାଜ କଥା ଭାବିପାରିବା। ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ଶତପଥୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ପୁରାତନ ଛାତ୍ର ସଂସଦର ସମ୍ପାଦକ ସୁବ୍ରତ ମହାନ୍ତି ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରି ସଚେତନତା ସୃଷ୍ଟି କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ରୀ ଶ୍ରୀମତୀ ଇନା ପୁରୋହିତ କାର୍ଯ୍ୟକ୍ରମରେ ପୌରାହିତ୍ୟ କରିଥିବାବେଳେ ଦେବଦୀପ୍ତା ସ୍ୱାଇଁ ଓ ରାନୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୋତି ପ୍ରକାଶ ରଥ, କୈଳାସ ଚନ୍ଦ୍ର ଶତପଥୀ, ବିକାଶ ଚନ୍ଦ୍ର ବେହେରା, କଲ୍ୟାଣ କୁମାର ଶତପଥୀ, ରଶ୍ମି ରଂଜନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳୀ ପଣ୍ଡାଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ବର୍ତ୍ତମାନ ପଢୁଥିବା ବିଭିନ୍ନ ଶ୍ରେଣୀର ଛାତ୍ରୀମାନଙ୍କୁ ହାଇଜିନିକ୍ କିଟ୍ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଚଳିତ ବର୍ଷ ପାଇଁ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା କୃତୀ ଶିକ୍ଷୟତ୍ରୀ ପ୍ରଭାସିନୀ ଦତ୍ତ ଓ ସସ୍ମିତା ବେହେରା ତଥା ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବିଦ୍ୟାଳୟର କୃତୀ ଶିକ୍ଷକ ଶିକ୍ଷୟତ୍ରୀ ପୁଷ୍ପିତା ନାୟକ, ମଦନ ମୋହନ ବେହେରା, ପ୍ରମୋଦ କୁମାର ପଲ ଓ ଅମ୍ବିକା ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସ୍ଵାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଦେଷ୍ଣା ମିଶ୍ର, କାଜଲ ମହାପାତ୍ର, ସ୍ମୃତିରେଖା ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ଜେନା, ଶ୍ବେତା ସ୍ୱାଇଁ, ସ୍ମିତା ରଥ, ଶ୍ରାବଣୀ ଦାସ, ରଶ୍ମୀ ସାହୁ ଓ ସରୋଜିନୀ ପଦ୍ମିନୀ, ପ୍ରମୁଖ ଉପସ୍ଥିତ ଥିଲେ।

Post Views: 73
Share201Tweet126Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In