ଭୁବନେଶ୍ୱର(ଭିଓଭି): ଭୁବନେଶ୍ୱର ନିବାସୀ ଓଁ ସ୍ୱସ୍ତିକ ମିଶ୍ର ଆଇଆଇଟି ମୁମ୍ବାଇ ରୁ ଗଣିତ ଏବଂ ମାଇନର କମ୍ପ୍ୟୁଟର ସାଇନ୍ସ ରେ ଟପ୍ପର ହୋଇ ଲଣ୍ଡନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଶ୍ରୀ ମିଶ୍ର ଛାତ୍ର ଜୀବନ ରୁ ଅତ୍ୟନ୍ତ ମେଧାବୀ ଥିଲେ।
ଭୁବନେଶ୍ୱର ସ୍ଥିତ ପୋଖରିପୁଟ ଡି ଏ ଭି ସ୍କୁଲ ରୁ ଦଶମ ପାସ କରି ଓଡ଼ିଏମ୍ ରେ ଯୁକ୍ତ ଦୁଇ ବିଜ୍ଞାନ ପଢି ଆଇଆଇଟି ମୁମ୍ବାଇ ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।୨୦୨୨-୨୩, ୨୦୨୩- ୨୪ ରେ ଟପର୍ ହେଇଥିଲେ।୨୦୧୯ ରେ ସେ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ରେ ବୃତ୍ତି ପାଇଥିଲେ। ଶ୍ରୀ ଓଁମ୍ ସ୍ୱସ୍ତିକ କୋଳଥିଆ ନିବାସୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଓ ଶ୍ରୀମତୀ ପ୍ରଣତି ମିଶ୍ର ଙ୍କ ଏକମାତ୍ର ପୁତ୍ର ଅଟନ୍ତି।
