ଭୁବନେଶ୍ୱର: ପରଲୋକରେ ରାଜେନ୍ଦ୍ର ଢୋଲକିଆ । ୬୯ ବର୍ଷ ବୟସରେ ଆଖି ବୁଜିଲେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ । ଚେନ୍ନାଇର ଏମଜିଏମ ହସପିଟାଲରେ ଚିକିତ୍ସିତ ହେଉଥିଲେ, ତାଙ୍କର ହାର୍ଟ ଟ୍ରାନ୍ସପରେଣ୍ଟ ହୋଇଥିଲା, ଇନଫେକସନ ଯୋଗୁଁ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଜୟ ଢୋଲକିଆ ସୁଚନା ଦେଇଛନ୍ତି । ତାଙ୍କ ବିୟୋଗରେ ସାରା ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

ଡୋଲକିଆ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୪ରେ ନୂଆପଡ଼ାରୁ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜେଡିରେ ମିଶି ୨୦୧୪, ୨୦୧୯ ଏବଂ ୨୦୨୪ ନିର୍ବାଚନ ଜିତିଥିଲେ। ସେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।

