ଚୌଦ୍ୱାର : ଭୟଙ୍କର ଦୁର୍ଘଟଣା । ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଆମ ବସ୍ । ଛିଟିକି ପଡ଼ିଲେ ବସ୍ ର ପଛରେ ବସିଥିବା ଛାତ୍ରଛାତ୍ରୀ । ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୪ଜଣ ଆହତ । ୧୨ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ବହୁ କଲେଜ ଛାତ୍ରଛାତ୍ରୀ ଆମ ବସ୍ ରେ କଟକରୁ ଟାଙ୍ଗୀ ଯାଉଥିଲେ। ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ତେଲ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା ଆମ ବସ୍ । ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ହୋଇଥିଲା । ବସ୍ ର ପଛ ସିଟ୍ ରେ ବସିଥିବା ବହୁ ଛାତ୍ରଛାତ୍ରୀ ଛିଟିକି ପଡ଼ିଥିଲେ । ଆଗରେ ଠିଆ ହୋଇଥିବା ଛାତ୍ରଛାତ୍ରୀ ଗାଡ଼ି ପାଇପ୍ ରେ ପିଟି ହୋଇ ଗୁରୁତର ହୋଇଛନ୍ତି । ଟାଙ୍ଗୀ ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ ହୋଇଯାଇଥିଲା । ରାସ୍ତା ସ୍ବାଭାବିକ କରିବାକୁ ନାକେଦମ ହୋଇଥିଲା ପୋଲିସ ।

