ଅଦ୍ୟ ତା ୧୩.୦୯.୨୫ ରିଖ, ଶନିବାର ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୮୬ ମାଟ୍ରିକ୍ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ଦୀର୍ଘବର୍ଷପରେ ଧାଇଁ ଆସିଥିଲେ ନିଜ ସ୍କୁଲ୍କୁ, ନିଆରା ଢ଼ଙ୍ଗରେ ଦେଇଥିଲେ ପ୍ରତିଦାନ । ଛାତ୍ର ପାର୍ଥପ୍ରତିମ୍ ଓ ଛାତ୍ରୀ ତଥା ଜିଲ୍ଲା ସମଗ୍ର ଶିକ୍ଷା ସଂଯୋଜିକା ମାନସୀ ଧଳଙ୍କ ସଂଯୋଜନାରେ ୧୯୮୬ ବ୍ୟାଚ୍ ଛାତ୍ରଛାତ୍ରୀମାନେ ଜେପିଏମ୍ ରୋଟାରୀ ଚକ୍ଷୁ ହସ୍ପିଟାଲ୍, ବିଡ଼ାନାସୀ ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ଦନ୍ତ ଚିକିତ୍ସାଳୟ ସହଭାଗୀତାରେ ବିଦ୍ୟାଳୟର ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଚକ୍ଷୁ ଓ ଦନ୍ତ ପରୀକ୍ଷା କରାଇବା ସହ ଛାତ୍ରଛାତ୍ରୀଙ୍କୁ ବ୍ରସ୍, ଟୁଥପେଷ୍ଟ ଓ ଔଷଧ ବଣ୍ତନ କରିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ଦନ୍ତ ଚିକିତ୍ସାଳୟର ବରିଷ୍ଠ ଡ଼ାକ୍ତର ଅସୀମା ସାମଲଙ୍କ ସହ ଡ଼ାକ୍ତର ସ୍ୱସ୍ତିକ ଦାସ,ଅରୋକୃଷ୍ଣ ମହାନ୍ତି ଓ ଶ୍ଵେତପଦ୍ମା ଦାସ ଛାତ୍ରଛାତ୍ରୀଙ୍କ ଦନ୍ତ ପରୀକ୍ଷା କରିଥିଲେ ।

ଜେପିଏମ୍ ରୋଟାରୀ ଚକ୍ଷୁ ହସ୍ପିଟାଲ୍, ବିଡ଼ାନାସୀର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ରୋଟାରୀଆନ୍ ଇଂ ଧୀରେନ୍ଦ୍ରକୁମାର ବିଶ୍ୱାଳଙ୍କ ନେତୃତ୍ବରେ ଡ଼ାକ୍ତର ସୌମ୍ୟା ସୁଚରିତା ଓଝାଙ୍କ ସହ ଶଶିକାନ୍ତ ଦାସ, ସାଇପ୍ରିୟା ସାହୁ, ଅମିତା ଦାସ, ରାଜଲକ୍ଷ୍ମୀ ମହାନ୍ତି ଓ ସାବିତ୍ରୀ ସାହୁ ପିଲାଙ୍କ ଚକ୍ଷୁ ପରୀକ୍ଷା ସମ୍ପାଦନ କରିଥିଲେ । ୧୯୮୬ ବ୍ୟାଚ୍ର ଛାତ୍ରଛାତ୍ରୀ ସୁକାନ୍ତ ଶତପଥୀ,କୈଳାସ ଚନ୍ଦ୍ର ଶତପଥୀ, ଅନିନ୍ଦ୍ୟ କୁମାର ସାମଲ,ମମତା ମହାନ୍ତି, ସରୋଜ ପଣ୍ଡା,ଶୁଭାଶିଷ ମହାପାତ୍ର, ଭାରତୀ କାନୁନ୍ଗୋ,ସ୍ନିଗ୍ଧା ଦାସ, ସୋନାଲି ପଟ୍ଟନାୟକ, ମନସ୍ବିନୀ ମିଶ୍ର, ସଙ୍ଗୀତା ମହାନ୍ତି, ସୁଜନ ରାୟଚୌଧୁରୀ, ବି -କାନ୍ତାମା, ମାନସ ମହାପାତ୍ର, ସୁକାନ୍ତ ମହାଳିକ ପ୍ରମୁଖ ଉଭୟ ଶିବିରକୁ ପରିଚାଳନା କରିଥିଲେ। ଏହି ଅବସରରେ ୧୯୮୬ ବ୍ୟାଚ୍ ଛାତ୍ରଛାତ୍ରୀ ବିଦ୍ୟାଳୟର ୧୨ଟି ଶ୍ରେଣୀଗୃହ ନିମନ୍ତେ ଷାଠିଏ ହଜାର ଟଙ୍କା ମୂଲ୍ୟର ଷ୍ଟିଲ୍ ଆଲମିରା ସହ ପନ୍ଦର ହଜାର ଟଙ୍କା ମୂଲ୍ୟରେ ସମସ୍ତ ଥଣ୍ଡା ପାଣି ମେସିନ୍ର ସର୍ଭିସିଂ କରାଇଥିଲେ ।

ବିଦ୍ୟାଳୟ ପ୍ରାକ୍ତନ ଛାତ୍ରସଂସଦ ସମ୍ପାଦକ ସୁବ୍ରତ ମହାନ୍ତି, ପଂ ସଖା ଶିକ୍ଷା ସେତୁ ସଭାପତି ପୁଣ୍ୟଶ୍ଳୋକ ଦାସ, ପୂର୍ବ ସଭାପତି ରଞ୍ଜିତାଭ ମହାନ୍ତି, ମୋତିପ୍ରକାଶ ରଥ, ରଶ୍ମିରଞ୍ଜନ ସ୍ଵାଇଁ, ପ୍ରସନ୍ନ ରାଉତ, ଡ଼ାକ୍ତର ସରୋଜ ତ୍ରିପାଠୀ, ରାନୁ ଦାସ, ଶ୍ରଦ୍ଧାଞ୍ଜଳି ପଣ୍ଡା,ଦେବଦୀପ୍ତା ସ୍ୱାଇଁ, କାଜଲ୍ ମହାପାତ୍ର ଓ କଲ୍ୟାଣ ଶତପଥୀ ପ୍ରମୁଖ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା ପ୍ରତି ଧ୍ୟାନ, ସେମାନଙ୍କୁ ଶ୍ରେଣୀ ଉପଯୋଗୀ ବସ୍ତୁ ଉପହାର ସର୍ବୋପରି ବିଦ୍ୟାଳୟ ପ୍ରତି ଅଦ୍ଭୁତପୂର୍ବ ଭଲପାଇବା ନିମନ୍ତେ ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ ୧୯୮୬ ବ୍ୟାଚ୍ର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିବାର ତରଫରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ ପ୍ରଦାନ କରି ଏହି କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରାଇଥିଲେ ।
