• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ -୨୦୨୫ ଅନୁଷ୍ଠିତ

by Voice of Victims
September 15, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ -୨୦୨୫ ଅନୁଷ୍ଠିତ

ରଣପୁର, ୧୪/୦୯ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ରାଜ୍ ୟୁଥ୍ ଫାଉଣ୍ଡେସନ, ରାଜସୁନାଖଳା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା ପରିଷଦର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ଉଦଘାଟକ ଭାବେ ଫ୍ରେଣ୍ଡସ କ୍ଳବ ମୁଖ୍ୟ ତଥା ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ସିପିଆଇଏମ ନେତା ଶ୍ରୀ ସୁରେଶ କୁମାର ସ୍ୱାଇଁ, ସମ୍ମାନୀତ ବକ୍ତା ଭାବେ ରାଜସୁନାଖଳା ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ଭୁବନେଶ୍ୱରୀ ସାହୁ, ସମ୍ମାନିତ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଶ୍ରୀ ବାସୁଦେବ ସାହୁ, ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ପୂର୍ବତନ ରାଜସୁନାଖଳା ଫାଣ୍ଡି ଅଧିକାରୀ ଶ୍ରୀ ଭୀମସେନ ମଲ୍ଲିକ, ମହାବୀର ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଶିଶିର କୁମାର ସାହୁ, ବରିଷ୍ଟ ଆଇନଜୀବି ଲୋତକବିନ୍ଦୁ ପଟ୍ଟନାୟକ ଓ ରାଜ୍ ୟୁଥ୍ ଫାଉଣ୍ଡେସନ ସାଂସ୍କୃତିକ ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ନାୟକ, ସହ ସମ୍ପାଦକ ଶ୍ରୀ ଦିଲ୍ଲୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ l

ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ରାଜ୍ ୟୁଥ୍ ଫାଉଣ୍ଡେସନର ସାଧାରଣ ସମ୍ପାଦକ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ରାଜ୍ ୟୁଥ୍ ଫାଉଣ୍ଡେସନର ସଭାପତି ଶ୍ରୀ ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ l ଓଡିଶାରେ ବିକାଶରେ ବୁଦ୍ଧିଜୀବି ସମାଜର ଭୂମିକା ସମ୍ପର୍କରେ ବିଷୟରେ ଓ ରାଜସୁନାଖଳା ଅଂଚଳକୁ ନେଇ ଏନ୍.ଏ.ସି ଘୋଷଣା ଦାବୀ ନେଇ ଅହରହ ସଂଗ୍ରାମ ଜାରୀ ରଖିଛି ରାଜ୍ ୟୁଥ୍ ଫାଉଣ୍ଡେସନ ଓ ଏଥିନେଇ ରାଜସୁନାଖଳାକୁ ଏନ୍.ଏ.ସି ଘୋଷଣା ନେଇ ଫାଉଣ୍ଡେସନ ସର୍ବ ପ୍ରଥମେ ରାଜସୁନାଖଳା ଠାରେ “ସାମ୍ବାଦିକ ସମ୍ମିଳନୀ” କରିଥିବା ବେଳେ ଆଗାମୀ ଦିନରେ ରଣପୁର ବ୍ଲକକୁ ମଧ୍ୟ ଘେରାଉ କରାଯିବ ବୋଲି ରାଜ୍ ୟୁଥ୍ ଫାଉଣ୍ଡେସନର ସାଧାରଣ ସମ୍ପାଦକ ଶ୍ରୀ ରାଜିବ ଲୋଚନ ପ୍ରଧାନ ବିସ୍ତୃତ ଭାବେ ଆଲୋଚନା କରିବା ସହ ଚେତାବନୀ ମଧ୍ୟ ଦେଇଥିଲେ l ଏହି ରାଜ୍ ୟୁଥ୍ ଫାଉଣ୍ଡେସନ ସର୍ବଦା ଅବହେଳିତଙ୍କ ସ୍ୱର ହୋଇ କାର୍ଯ୍ୟ କରୁଅଛି ଓ ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l

୨୦୨୫ ମସିହାରୁ ଜନ୍ମିତ ରାଜ୍ ୟୁଥ୍ ଫାଉଣ୍ଡେସନ ପକୃତି, ସଂସ୍କୃତି, ମାନବିକ ଅଧିକାର ସୁରକ୍ଷା ଓ ଯୁବ ସମାଜର ବିକାଶ କ୍ଷେତ୍ରରେ ସମଗ୍ର ଓଡିଶାରେ କାର୍ଯ୍ୟ କରିଆସୁଅଛି l ଏବେ ଏହି ସଂଗଠନ କେବଳ ରାଜସୁନାଖଳା ଅଂଚଳରେ ସୀମିତ ନରହି ସମଗ୍ର ଓଡିଶାରେ କାର୍ଯ୍ୟକରୁ ବୋଲି ମୁଖ୍ୟ ଅତିଥି ଶ୍ରୀ ଦେବାଶିଷ ପଟ୍ଟନାୟକ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଦୀପ ନାୟକ ଓ ପ୍ରଦୀପ୍ତ ମହାପାତ୍ର ନିଖୁଣ ସଂଗୀତ କାର୍ଯ୍ୟକ୍ରମ ତାଙ୍କ ଟିମ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ସଂଗୀତ କଳା ପ୍ରଦର୍ଶନ କରିଥିଲେ l ଏଥିରେ ବିଭିନ୍ନ ବୁଦ୍ଧିଜୀବି , ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା ତତସହିତ ଚଳିତବର୍ଷ ଶ୍ରୀ ଗଣେଶ ପୂଜା ଉତ୍ସବ ଓ ସାମୁହିକ ଭାସାଣି ଶାନ୍ତିପୂର୍ଣ୍ଣ ନେଇ ରାଜସୁନାଖଳା ଏହାର ପାଖ ଅଞ୍ଚଳର ନେଇ ସମସ୍ତ ୧୫ ଯୁବକ ସଂଘଙ୍କୁ ସମ୍ମାନୀତ କରାଯିବା ସହ ସୁନ୍ଦର ପ୍ରଶସନ, ବାଜା ଓ ମୂର୍ତ୍ତିକୁ ନେଇ ନୃସିଂହପୁର ଟାଙ୍ଗୀସାହିର “ରଘୁନାଥ ଯୁବକ ସଂଘ”କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତିଙ୍କ ସହ ଫାଉଣ୍ଡେସନର ସଦସ୍ୟ ପ୍ରମୋଦ ରଗଡ, ସୁଶାନ୍ତ ନାୟକ, ଧନେଶ୍ୱର ମଲ୍ଲିକ, ନିରଞ୍ଜନ ସେଠୀ, ରାକେଶ ଚନ୍ଦ୍ର ପାଢ଼ୀ, ସ୍ଵପ୍ନେଶ୍ଵର ବରାଡ଼ ଯୋଗ ଦେଇଥିଲେ l

Post Views: 51
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In