ଭଞ୍ଜନଗର : ଆସନ୍ତା ୩୦ ତାରିଖ ଯାଏ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ସୋମବାର ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । କଳିଙ୍ଗା ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଭଞ୍ଜନଗର ଓ ସୋନପୁରରୁ ୨ଟି ଏକ୍ସପର୍ଟ ଟିମ୍ ଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନା ଅନୁସାରେ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଗତକାଲି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସିଲା ପଥର । ପ୍ରବଳ ବର୍ଷା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା । ଗତ ସପ୍ତାହରେ ଭୂସ୍ଖଳନ ପରେ ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଘାଟିରେ ଭୂସ୍ଖଳନ ପରେ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ଗତକାଲି ପୁଣିଥରେ ପାହାଡ଼ରୁ ପ୍ରବଳ ବର୍ଷା ପାଣି ମାଡ଼ି ଆସିବାରୁ ମରାମତି କାମ ଧୋଇ ଯାଇଥିଲା । ନିର୍ମାଣ ପାଇଁ ବ୍ୟବହାର ହେଉଥିବା ପଥର, ବାଲି ଓ ଗୋଡ଼ି ଭାସି ଯାଇଥିଲା ।

