• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସିପିଆଇ(ଏମ୍.ଏଲ୍)- ରେଡ୍ ଷ୍ଟାର୍ ପକ୍ଷରୁ ପୁରୀରେ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜିତ

by Voice of Victims
September 27, 2025
in ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
ସିପିଆଇ(ଏମ୍.ଏଲ୍)- ରେଡ୍ ଷ୍ଟାର୍ ପକ୍ଷରୁ ପୁରୀରେ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜିତ

ପୁରୀ (ଭିଓଭି), ୨୭/୦୯: ଦେଶର ମନୁବାଦୀ, ଫାସୀବାଦୀ ଶକ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ( ଆର୍.ଏସ୍.ଏସ୍)ର ଶତବାର୍ଷିକୀ ପାଳନ ଅବସରରେ ପୁରୀରେ ଏକ ରାଜ୍ୟସ୍ତରୀୟ ଫାସୀବାଦ ବିରୋଧୀ କନଭେନସନ୍ ଆୟୋଜିତ ହୋଇଯାଇଛି। ଏହି କନଭେନସନ୍ ପରିପ୍ରେକ୍ଷୀରେ ପ୍ରସ୍ତୁତ ବ୍ୟାନର ହଟାଇବାକୁ ଜିଲ୍ଲା ପ୍ରଶାସନର ନିଷେଧାଦେଶକୁ ବକ୍ତାମାନେ ତୀବ୍ର ନିନ୍ଦା କରିଥିଲେ ଏବଂ ଏପରି ପଦକ୍ଷେପ ଘୋଷିତ ଜରୁରୀକାଳୀନ ପରିସ୍ଥିତି ଠାରୁ କୈାଣସି ଗୁଣରେ କମ୍ ନୁହେଁ ବୋଲି ଅଭିଯୋଗ କରିଥିଲେ।

ଏକଦା ଜନସଂଘ ଏବଂ ବର୍ତ୍ତମାନର କ୍ଷମତାଶୀନ ବିଜେପି ଯେପରି ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ଜାରି ରଖିଛନ୍ତି, ତା ବିରୁଦ୍ଧରେ ସମସ୍ତ ବାମପନ୍ଥୀ, ପ୍ରଗତିଶୀଳ, ଗଣତାନ୍ତ୍ରିକ ଓ ଜନବାଦୀ ଶକ୍ତି ଏକାଠି ହେବା ଓ ଗଣ ଆନ୍ଦୋଳନ କୁ ସଂଗଠିତ କରିବା ପାଇଁ ଏହି କନଭେନସନ୍ ରେ ଆହ୍ୱାନ ଦିଆଯାଇଛି। ବିଭିନ୍ନ ରାଜନୈତିକ ଦଳ, ଜନ ଆନ୍ଦୋଳନ ଓ ଗଣ ସଂଗଠନ ଓ ମାନବାଧିକାର ଆନ୍ଦୋଳନର ବକ୍ତା ମାନେ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।

ସେମାନେ କହିଥିଲେ ଆଜି ଯେତେବେଳେ ଧର୍ମ, ଜାତି, ଆଞ୍ଚଳିକତା ଭିତ୍ତିରେ ବିଜେପି ପରି ମୈାଳବାଦୀ ଶକ୍ତି ମାନେ ଆମ ଦେଶର ସାଂସ୍କୃତିକ ବିବିଧତା ଏବଂ ଧର୍ମନିରପେକ୍ଷତା ସାମ୍ବିଧାନିକ ବ୍ୟବସ୍ଥା ଉପରେ ଆକ୍ରମଣକୁ ବ୍ୟାପକ କରି ଚାଲିଛନ୍ତି, ସେତେବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର.ଏସ୍.ଏସ୍) ତା’ର ପ୍ରତିଷ୍ଠାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି। ସେମାନେ କହିଥିଲେ ଯେ, ନାଜୀ ଜର୍ମାନୀର ହିଟଲର୍ ର ଆଦର୍ଶରେ ଅନୁପ୍ରାଣିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତା’ର ଜନ୍ମ ଲଗ୍ନ(୧୯୨୫)ରୁ ସାମ୍ୟ, ମୁକ୍ତି, ଗଣତନ୍ତ୍ର, ବ୍ୟକ୍ତି ସ୍ୱାଧୀନତା ତଥା ଅଭିବ୍ୟକ୍ତିର ଅଧିକାର ଉପରେ ଆକ୍ରମଣ କରି ଆସିଛି । ଏକ ମନୁବାଦ ଓ ବ୍ରାହ୍ମଣବାଦୀ ବିଚାରର ପୃଷ୍ଠପୋଷକତା ଜରିଆରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସଦାସର୍ବଦା ରାଜାରାଜୁଡ଼ା ଓ ସାମନ୍ତବାଦକୁ ସମର୍ଥନ କରିଥାଏ।

ଏହି ସଂଗଠନରେ ନାରୀ ପାଇଁ ପ୍ରବେଶ ନିଷିଦ୍ଧ ଥିବା ବେଳେ ନାରୀକୁ ପୁରୁଷର ସେବାକାରୀ ତଥା ସଂପତ୍ତି ଭାବେ ବିବେଚନା କରାଯାଏ । ସମାଜର ସଂଖ୍ୟାଗରିଷ୍ଠ ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁ ବହୁଜନ ମାନଙ୍କୁ ଶୋଷଣର ଶିକାର କରି ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ହେଉଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୈାଳିକ ନୀତି। ଏକଦା ସଂଘର ରାଜନୈତିକ ସାମ୍ମୁଖ୍ୟ ଭାବେ ପରିଚିତ ଜନସଂଘ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାକୁ ଆସିଲା ପରେ କର୍ପୋରେଟ ସ୍ୱାର୍ଥରେ ଏହି ସାମାଜିକ ବିଭେଦ ଶୋଷଣ, ଦମନ ସହିତ ପ୍ରାକୃତିକ ସଂପଦର ଲୁଣ୍ଠନ ବ୍ୟାପକ ହୋଇଛି। ଉଗ୍ର ହିନ୍ଦୁତ୍ବ ତଥା ଦେଶପ୍ରେମ ନାମରେ କୃଷକ, ଶ୍ରମିକଙ୍କ କଷ୍ଟଲବ୍ଧ ଅଧିକାରକୁ ବିପନ୍ନ କରି ବର୍ତ୍ତମାନ ବିଜେପି ନେତୃତ୍ୱରେ ରହିଥିବା କେନ୍ଦ୍ର ଓ ରାଜ୍ୟ ସରକାର ମାନେ ସେମାନଙ୍କ ସାଂପ୍ରଦାୟିକ ଓ ଫାଶୀବାଦୀ ଚରିତ୍ରକୁ ଅଧିକରୁ ଅଧିକ ବଳିଷ୍ଠ କରୁଛନ୍ତି।

ଏହି କର୍ପୋରେଟ ଫାସୀବାଦ ବିରୋଧରେ ସର୍ବନିମ୍ନ କର୍ମସୂଚୀ ଆଧାରରେ ମିଳିତ ଗଣ ଆନ୍ଦୋଳନ କରିବା ପାଇଁ ସିପିଆଇ (ଏମ୍.ଏଲ‌‌‌) – ରେଡ୍ ଷ୍ଟାର୍ ର ରାଜ୍ୟ ସଂପାଦକ ପ୍ରମିଳାଙ୍କ ସଭାପତିତ୍ବରେ କନଭେନସନ୍ ର ଉଦଘାଟକ ପ୍ରାଧ୍ୟାପକ ବିଜୟ ବହିଦାରଙ୍କ ସମେତ ସିପିଆଇ (ଏମ୍.ଏଲ‌‌‌)- ରେଡ୍ ଷ୍ଟାର୍ ର ପଲିଟିବ୍ୟୁରୋ ସଦସ୍ୟ ଶଙ୍କର, ବ୍ରଜବନ୍ଧୁ ପ୍ରଧାନ (ସିପିଆଇ), ରଘୁନାଥ ଦାସ (ଏସ୍.ୟୁ.ସି.ଆଇ-କମ୍ୟୁନିଷ୍ଟ), ଜନ ଆନ୍ଦୋଳନ ନେତା ପ୍ରଫୁଲ୍ଲ ସାମନ୍ତରା, ଯୁଧିଷ୍ଠିର ମହାପାତ୍ର, ସିପିଆଇ(ଏମ୍.ଏଲ-ଲିବରେସନ), ଜଗନ୍ନାଥ ଦେଓ ( ସିପିଏମ୍), ଜ୍ୟୋତି ରଞ୍ଜନ ମହାପାତ୍ର (ଫରୱାର୍ଡ ବ୍ଲକ୍), ମୋହନ ଆଙ୍କାରା ନାଇଡୁ(ସିପିଆଇ (ଏମ୍.ଏଲ‌‌‌), ମାନବାଧିକାର କର୍ମୀ ନରେନ୍ଦ୍ର ମହାନ୍ତି, ବିଶ୍ଵପ୍ରିୟ କାନୁନଗୋ ,ଶ୍ରୀମନ୍ତ ମହାନ୍ତି, ଅସୀମ ଗିରି, ମାନବବାଦୀ- ହେତୁବାଦୀ ସଂଗଠନର ବାସନ୍ତୀ ଆଚାର୍ଯ୍ୟ, ବସ୍ତି ଆନ୍ଦୋଳନର ନେତା ଜୟଦେବ ନାୟକ, ହେନାରାଣୀ, ସାମାଜିକ ନ୍ୟାୟ ଆନ୍ଦୋଳନର ନେତା ମଧୁସୂଦନ ଯାଦବ,କୃଷ୍ଣ ମୋହନ ପ୍ରଧାନ, ସୁରେନ୍ଦ୍ର ତପସୁ, ପୂର୍ଣ ପ୍ରଧାନ (ମାଝୀ), ଜ୍ୟୋସ୍ନାମୟୀ ମିଶ୍ର, ବିଚିତ୍ର ବିଶ୍ୱାଳ, ପେଦିନୀ ପ୍ରଭାତୀ, ଟୁନା ମଲ୍ଲିକ ଓ ଅନ୍ୟମାନେ ଉଦବୋଧନ ଦେଇଥିଲେ।ଏହି ପରିପ୍ରେକ୍ଷୀରେ କନଭେନସନ୍ ର ଭିତ୍ତିପତ୍ର ଉପସ୍ଥାପନ କରାଯିବା ସହିତ ୧)ଦଳିତ, ଆଦିବାସୀ, ମହିଳା ଓ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଫାସିବାଦୀ ରାଷ୍ଟ୍ର ଦମନ ବନ୍ଦ କରିବା,୨)ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ ବନ୍ଦ କରିବା, ୩)ସାମ୍ବିଧାନିକ ଅଧିକାର, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଧର୍ମନିରପେକ୍ଷତା ଉପରେ ଆକ୍ରମଣ ବିରୋଧରେ ଏକହେବା।

୪)ଶିକ୍ଷାର ବ୍ୟବସାୟୀକରଣ ଓ ଗୈରିକୀକରଣ ବନ୍ଦ କରିବା,୫)ଜଳ-ଜମି ଓ ଜଙ୍ଗଲ ଅଧିକାର ଉପରେ କର୍ପୋରେଟ୍ ଓ ଫାସିବାଦୀ ଶକ୍ତିଙ୍କ ଆକ୍ରମଣ ବିରୋଧରେ ଏକାଠି ହେବା,୬) ଜନସାଧାରଣଙ୍କ ମୈାଳିକ ସମସ୍ୟାକୁ ଏଡାଇ ଦେଇ ମିଥ୍ୟା ଦେଶପ୍ରେମ ଓ ଯୁଦ୍ଧର ଉନ୍ମାଦନା ସୃଷ୍ଟି କରୁଥିବା ଶାସକୀୟ ତଥା କର୍ପୋରେଟ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଆହ୍ୱାନ ଦେଇଥିଲେ ଓ ପ୍ରସ୍ତାବ ଗ୍ରହଣ କରିଥଲେ।

Post Views: 53
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In