• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅପହଞ୍ଚ ଇଲାକାରେ ପହଞ୍ଚିଲା ସ୍ୱଦେଶୀ 4G ନେଟୱର୍କ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

by Voice of Victims
September 28, 2025
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ଅପହଞ୍ଚ ଇଲାକାରେ ପହଞ୍ଚିଲା ସ୍ୱଦେଶୀ 4G ନେଟୱର୍କ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବଣାଇ: ପ୍ରଧାନମନ୍ତ୍ରୀଙ୍କ ସ୍କିମ ଦେଇଥିଲେ ଅପହଞ୍ଚ ତଥା ଗାଁ ଗାଁକୁ ଦିଆଯିବ ମୋବାଇଲ ନେଟୱର୍କ । ଆଉ ବେଶି ଗୁରୁତ୍ୱ ଦେଇଥିଲେ ମାଓବାଦୀ ଅଞ୍ଚଳକୁ । ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ସ୍ବଦେଶୀ 4G ନେଟୱର୍କ । ଏନେଇ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଫୁଲଝରରେ ଅନଲାଇନରେ ହେଲା ଶୁଭାରମ୍ଭ । ଫୁଲଝର ଅଞ୍ଚଳ ତଥା ଖୁଣ୍ଟାଗାଁ ଠାରୁ ଶଶ ପର୍ଯ୍ୟନ୍ତ ଲାଗିଲା ପ୍ରାୟ ୬ଟି ଟାୱାର । ଏବେ ପ୍ରାୟ ୩୦ ଟି ଗ୍ରାମବାସୀ ପାଇବେ ନେଟୱାର୍କ ସୁବିଧା । ପୂର୍ବରୁ ଜରୁରୀକାଳିନ ସୁବିଧା ଯଥା ୧୦୮, ୧୦୨, ୧୦୯ ସେବାରୁ ବଞ୍ଚିତ ଥିଲେ ।ନିଜ ନିଜ ସୁବିଧାରେ ଚିକିତ୍ସାଳୟକୁ ଯାଉଥିଲେ କିନ୍ତୁ ଏବେ ସେନେଇ ସମସ୍ୟା ଦୂର ହେଇଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାଁ ଗାଁକୁ ନେଟୱର୍କ ସୁବିଧା ସ୍କିମରେ ଲାଗିଲା ଟାୱାର । ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ଝାରସୁଗୁଡାରେ ଉନ୍ମୋଚନ କରିଥିଲେ 4G ନେଟୱର୍କ । 4G ଦ୍ୱାରା ଦୂରରେ ଥିବା ଘର ପରିବାରଙ୍କ ସହିତ କଥାବାର୍ତ୍ତା ହୋଇପାରୁଛନ୍ତି ଲୋକେ । ମୋବାଇଲରେ ଡାଟା ବା ନେଟୱାର୍କରେ ଅନଲାଇନ ସୁବିଧା ପାଇପାରିଛନ୍ତି । ପ୍ରାୟ ନୂଆ ୫ଟି BSNL ଟା୍ୱାର ବସାଇଛନ୍ତି ଓ ତାହା ସ୍ୱାଭାବିକ ଭାବେ ମଧ୍ୟ ଚାଲିଛି ।ଯାହାଫଳରେ ଧନିଯାମ, ରଞ୍ଜ, ଫୁଲଝର, ଶସ ଏହିଭଳି ୩୦ ଟି ଗାଁ ଏହି ସୁବିଧା ଉପଭୋଗ କରିପାରିବେ । ଏନେଇ ବେଶ ଖୁସି ଅଛନ୍ତି ଗ୍ରାମବାସୀ ।

ସେ ଅଞ୍ଚଳରେ ପୂର୍ବରୁ କୌଣସି ନେଟୱର୍କ ସୁବିଧା ପାଇପାରୁନଥିଲେ କିନ୍ତୁ ଏବେ ସ୍ଥାନେ ସ୍ତାନେ ନେଟୱାର୍କ ପାଇପାରୁଛନ୍ତି । ଅନଲାଇରେ BSNL 4G ହାଇସ୍ପିଡ଼ ନେଟୱର୍କକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ପରିପ୍ରେକ୍ଷୀରେ ଫୁଲଝରରେ ଏକ ସଭାର ଆୟୋଜନ ମଧ୍ୟ ହୋଇଥିଲା ।ସେଠାରେ ମୁଖ୍ୟଅତିଥି ଭାବେ ବଣାଇ ରାଜକୁମାର ବ୍ରିଗରାଜ ପ୍ରତାପ କେଶରୀ ଦେଓ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, BSNL ସାଧାରଣ ପ୍ରବନ୍ଧକ କେ ଏନ ରାୟ ଏବଂ ଅନ୍ୟାନ୍ୟ ଗଣମାନ୍ୟ ଅତିଥି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଜନସାଧାରଣ ଉପସ୍ଥିତ ଥିଲେ । ତେବେ ଆଗାମୀ ସମୟରେ ଯେଉଁ ଅଞ୍ଚଳରେ ନେଟୱର୍କ ନାହିଁ ସେଇ ଅଞ୍ଚଳରେ ନେଟୱର୍କ ଦିଆଯିବ ବୋଲି ମଧ୍ୟ ସର୍ଭେ ଚାଲିଛି ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In