ବ୍ରହ୍ମପୁର : ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ଘଟଣାକୁ ବିତିଲା ୩ ଦିନ। କିନ୍ତୁ ଏଯାଏଁ ପୋଲିସର ହାତ ଖାଲି । ସିସିଟିଭି ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଲା ନୂଆ ସୁରାକ । ହତ୍ୟାକାରୀଙ୍କ ମୋଟର ସାଇକେଲକୁ ଫଲୋ କରୁଥିଲା କାର୍ । ତେବେ କାରଟି କଟକ ଅଞ୍ଚଳର ବୋଲି ଜଣାପଡିଛି । କିଛି ଅପରାଧୀଙ୍କୁ ଉଠାଇ ଆଣି ଜେରା କରୁଛି ପୋଲିସ ।

ତେବେ ହତ୍ୟାକାରୀ ଜଣେ ନା ଦୁଇଜଣ ଥିଲେ । ସାର୍ପ ସୁଟର ସୁପାରୀ କିଲର ନା ସାଧାରଣ କ୍ରିମିନାଲ । ହତ୍ୟାରେ ବ୍ୟବହୃତ ପିସ୍ତଲ ଲୋକାଲ ମେଡ଼ ନା ବାହାର ରାଜ୍ୟରୁ ଆସିଥିଲା । ହତ୍ୟା ପଛର କାରଣ କଣ । ୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ୬ଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପୋଲିସ ଗେଟ ବଜ଼ାର, ଫାଷ୍ଟ ଗେଟ, ଲୋଚାପଡା, କୋର୍ଟପେଟା ପରି ବିଭିନ୍ନ ସ୍ଥାନର ୬୦ଟି ସିସିଟିଭି ଫୁଟେଜ ସଂଗ୍ରହ କରିଛି ଏଣୁ ସେ ସବୁର ଟିକିନିକି ତଦନ୍ତ କରୁଛି ପୋଲିସ l ହତ୍ୟା ଘଟଣାରେ କଲ ଡିଟେଲ୍ସ ରିପୋର୍ଟ ମଧ୍ୟ ଅନୁଧ୍ୟାନ କରୁଛି ସ୍ବତନ୍ତ୍ର ଟିମ୍ ।

