(ନିଆଳି, ମାଧବ): ନିଆଳି ଥାନା ଅନ୍ତର୍ଗତ ମାଧବ ଗ୍ରାମ ର ପ୍ରଧାନ ସାହି ରେ ପାଳିତ ହେଲା ଧାର୍ମିକ ଓ ଅବସର ଅଧୀନରେ ସାମାଜିକ ଉତ୍ସବ କୁମାର ପୂର୍ଣିମା। ଏହି ବସରରେ ଗ୍ରାମର ସମସ୍ତ ଗ୍ରାମବାସୀ ଏକାଠି ହୋଇ ଆୟୋଜିତ କରିଥିଲେ ଅନନ୍ୟ ସାମ୍ପ୍ରଦାୟିକ କଣ୍ଢେଇ ବାହାଘର। ପ୍ରଧାନ ସାହି ର ପୁଷ୍ପିତା ପରିଡା ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ଏହି ବିଶେଷ ଅନୁଷ୍ଠାନ ଗ୍ରାମ ଲୋକଙ୍କ ଆକର୍ଷଣର କେନ୍ଦ୍ର ହୋଇଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନଜରରେ ରଖ୍ ଦୁଇଟି ଝିଅକୁ ବର ବେଶରେ ସଜାଯାଇଥିଲା ।ବାଜା ବାଣ ଓ ରୋଷଣୀ ସହ ବରଯାତ୍ରୀ ମାନେ ଗ୍ରାମର ମାଧବାନନ୍ଦ ଙ୍କ ମନ୍ଦିର ଠାରୁ ଆରମ୍ଭ କରି ଗ୍ରାମର ଶେଷରେ କନ୍ଯା ଘର ପାଖରେ ପହଞ୍ଚିଥିଲେ। ସେଠାରେ କନ୍ୟା ଘର ପକ୍ଷରୁ ସମ୍ମାନ ଓ ବନ୍ଦାପନା ସହ ବରଙ୍କୁ ସ୍ୱଗତ କରାଯାଇଥିଲା।
ପୁରୋହିତଙ୍କ ମନ୍ତ୍ରାଚ୍ଚାରଣ ମଧ୍ୟରେ ରୀତି ନୀତି ରେ କଣ୍ଢେଇ ବିବାହ ଅନୁଷ୍ଠିତ ହୋଇଥିଲା। ପରେ ଆସିଥିବା ବରଯାତ୍ରୀ ଓ ଅତିଥିମାନଙ୍କ ପାଇଁ ସୁବ୍ୟବସ୍ଥିତ ଭୋଜି ର ଅୟୋଜନ କରାଯାଇଥିଲା |ଏହି ଉତ୍ସବ ମଧ୍ୟମରେ ଗ୍ରାମର ଲୋକମାନେ ସାମ୍ପ୍ରଦାୟିକ ଏକତା, ହସି ଖୁସି ଗାଁର ସଙ୍ଗଠନିକ ଶକ୍ତିର ନୂଆ ଉଦାହରଣ ପ୍ରତିଷ୍ଠା କରିଛନ୍ତି। ଗ୍ରାମର ଯୁବ, ବୃଦ୍ଧ, ବୃଦ୍ଧା ଓ ଝିଅ ମାନେ ଏକାଠି ହୋଇ ଏହି କୁମାର ପୂର୍ଣ୍ଣିମାକୁ ସ୍ମରଣୀୟ କରିଛନ୍ତି। ସମଗ୍ର ଅଞ୍ଚଳରେ ଏହି ଆୟୋଜନ ସେ ନେଇ ଖୁସିର ଆଲୋଡ଼ନ ସୃଷ୍ଟି ହୋଇଛି, ଏବଂ ଗ୍ରାମବାସୀ ମାନେ ଏହାକୁ ଏକ ସଂସ୍କୃତିକ ପରିଚୟ ଓ ଏକତାର ପ୍ରତୀକ ବୋଲି ବର୍ଣନା କରିଛନ୍ତି ।
