କାମାକ୍ଷାନଗର: କାମାକ୍ଷାନଗରରେ ବାଘ ଆତଙ୍କ । ଗାଈ ପରେ ଷଣ୍ଢକୁ ଘୋଷାଡ଼ି ମାରିଦେଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗାଈ ଉପରେ ଆକ୍ରମଣ ପରେ ବାଘ ଆତଙ୍କ ସୃଷ୍ଟି କରିଛି । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟିଏ ଷଣ୍ଢ ଉପରେ ଆକ୍ରମଣ କରି ମାରି ଦେଇଛି । ବନ ବିଭାଗ ବାଘ ଟିକୁ କାବୁ କରିବାରେ ସକ୍ଷମ ହୋଇ ପାରିନାହିଁ ।

ପୂର୍ବରୁ ବାଘକୁ କାମାକ୍ଷାନଗର ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଦେଖିବାକୁ ମିଳିଛି । କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା ନିକଟରେ ବାଘକୁ ଦେଖିଥିଲେ ଲୋକ। ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ବାଘର ପାଦ ଚିହ୍ନ ମାପିଥିଲେ । ବାଘର ଗତିବିଧି ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଛନ୍ତି। ବନବିଭାଗ ତୁରନ୍ତ ବାଘକୁ କାବୁ କରିବାକୁ ଦାବି ହୋଇଛି ।

