କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ବୁଢାରଜା ଦେବଙ୍କ ଦଶରା ୨୦୨୫ ପାଳିତ ହେଉଛି ରୀତି ନୀତି ଅନୁସାରେ କାର୍ତ୍ତିକ ମାସ ର ପ୍ରଥମ ଶନିବାର ଦିନ ବୁଢ଼ାରଜା ଙ୍କ ବାର୍ଷିକ ଦଶର।ପାଳିତ ହୋଇ ଥାଏ। ସମଗ୍ର ଜିଲ୍ଲାରେ ଦଶରା ମାସରେ ଦେବୀ ପୀଠ ମାନଙ୍କରେ ଦେବୀ ମାନଙ୍କର ଦଶହରା ପର୍ବ ପାଳିତ ହେଉଥିବା ବେଳେ କାର୍ତ୍ତୀକ ମାସରେ ଏଠାରେ ଦଶରା ଉତ୍ସବ ପାଳିତ ହୋଇଥାଏ । ଆଦିବାସୀ ପରମ୍ପରା ଅନୁସାରେ ଏକ ବିରାଟ ଲାଠି ଯାତ୍ରା ପୁଜକଙ୍କ ଘରୁ ଶୋଭାଯାତ୍ରାରେ ବାହାରି ବୁଢାରଜା ମନ୍ଦିରକୁ ପହଂଚିଥିଲା । ଏହାକୁ କଳାହାଣ୍ଡି ରାଜା ଅନନ୍ତ ପ୍ରତାପ ଦେଓ ପୂଜାର୍ଚନା କରି ଉଦ୍ଘାଟନ କରିଥିଲେ ।
ଶୋଭାଯାତ୍ରାରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ମଧ୍ୟ ଯୋଗଦେଇ ଥିବା ବେଳେ ବିଭିନ୍ନ ଗ୍ରାମରୁ ଅନେକ ଦେବା ଦେବୀ ଲାଠି ସହ,ଲୋକନୃତ୍ୟ ,ଘଣ୍ଟ ଦଳ ଶୋଭାଯାତ୍ରାରେ ସାମିଲ ହୋଇ ଲାଠି ଗୁଡିକୁ ମନ୍ଦିରକୁ ନେଇଥିଲେ । ମନ୍ଦିରକୁ ପହଂଚିବା ପରେ ଲାଠି ଯାତ୍ରାକୁ ସ୍ୱାଗତ କରାଯାଇଥିଲା । ବୁଢାରଜା ପୀଠରେ ୨ଟି ଲିଙ୍ଗକୁ ପୁଜା କରାଯାଉଥିବା ବେଳେ ଗୋଟିଏ ଲିଙ୍ଗରେ ଶୁକ୍ଲ ଭୋଗ ତଥା ନଡିଆ,ଧୂପ ,ଦୀପ ଦେଇ ପୁଜା କରାଯାଇଥିବା ବେଳେ ଅନ୍ୟ ଲିଙ୍ଗରେ ରକ୍ତ ଭୋଗ ଦିଆଯାଇଥାଏ। ଦର୍ଶକ ଓ ଭକ୍ତ ମାନେ ମାନସିକ ପୁରଣ ପାଇଁ ବୁଢାରଜାଙ୍କ ଠାରେ ପୁଜା କରିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା
