ରଣପୁର, ୧୨/୧୦ : ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ମସିହାର ୧୦ମ ଶ୍ରେଣୀ ବ୍ୟାଚ ଶିକ୍ଷାର୍ଥୀମାନଙ୍କ ବନ୍ଧୁ ମିଳନ ଅତ୍ୟନ୍ତ ଆନନ୍ଦମୟ ପରିବେଶରେ ମା ମଣିନାଗଙ୍କ ପରିସରରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ହୋଇଥିବା ପୂର୍ବତନ ଶିକ୍ଷାର୍ଥୀମାନେ ଦୀର୍ଘ ଦିନ ପରେ ଏକାଠି ହୋଇ ବିଗତ ଶିକ୍ଷାଦିନର ସ୍ମୃତିକୁ ତାଜା କରିଥିଲେ ।
ସେମାନେ ସେମାନଙ୍କ ଶିକ୍ଷକମାନଙ୍କ ପ୍ରତି ଆଭାର ପ୍ରକାଶ କରି, ବିଦ୍ୟାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ | ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ମୃତି ଆଲୋଚନା କରିବା ସହ ସମୁହ ଛବି ଉତ୍ତୋଳନ କରାଯାଇଥିଲା । ବନ୍ଧୁ ମିଳନର ଅନ୍ତରେ ସମସ୍ତେ ପୁନର୍ମିଳନ ଅନୁଷ୍ଠାନକୁ ପ୍ରତିବର୍ଷ କରିବା ପାଇଁ ସମ୍ମତି ଜଣାଇଲେ । ଆଗାମୀ ଦିନରେ ସମସ୍ତ ବନ୍ଧୁଙ୍କୁ ଏଥିରେ ସାମିଲ କରିବା ପାଇଁ ସ୍ଥିର କରାଯାଇଛି | ଏହି ଅବସର ମାଧ୍ୟମରେ ପୁରୁଣା ସ୍ମୃତି ସହ ନୂତନ ସଙ୍କଳ୍ପ ନେଇ ସମସ୍ତେ ବିଦାୟ ନେଲେ ।
