• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

by Voice of Victims
October 17, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଗୁଜରାଟ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂଆ କ୍ୟାବିନେଟ ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି । ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଛନ୍ତି ।

ନୂଆ ମନ୍ତ୍ରୀମଣ୍ଡଳରେ ଜିତେନ୍ଦ୍ର ବାଘାନୀ ଏବଂ ଅର୍ଜୁନ ମୋଢ଼ୱାଡିୟା ଗୁଜରାଟର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜାମନଗର ଉତ୍ତରରୁ ବିଧାୟିକା ରୀବାବା ଜାଡେଜା ଶପଥ ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ତ୍ରିକମ ବିଜଲ ଛଙ୍ଗା, ସ୍ବରୂପଜୀ ସର୍ଦ୍ଦାରଜୀ ଠାକୁର, ପ୍ରବୀଣ ମାଲି, ଋଷିକେଶ ପଟେଲ, ପିସି ବରଣ୍ଡା, ଦର୍ଶନା ବାଘେଲା, କାନ୍ତିଲାଲ ଅମୃତିଆ, କୁୱଁରଜୀଭାଇ ବାବଲିଆ, ରୀବାବା ଜାଡେଜା, ଅର୍ଜୁନ ମୋଢ଼ୱାଡିୟା, ଡ. ପ୍ରଦ୍ୟୁମ୍ନ ୱାଜା, କୌଶିକ୍ ବେକରିୟା, ପରଷୋତ୍ତମ ସୋଲଙ୍କି, ଜିତେନ୍ଦ୍ର ବାଘାନି, ରମଣ ସୋଲଙ୍କି, କମଲେଶ ପଟେଲ, ସଞ୍ଜୟ ସିଂ ମହିଡା, ରମେଶ କଟାରା, ପ୍ରଫୁଲ୍ଲ ପାନସେରିଆ, ହର୍ଷ ସାଙ୍ଘଭୀ, ମନୀଷା ବକିଲ ଏବଂ ଈଶ୍ୱର ସିଂ ପଟେଲ ରହିଛନ୍ତି ।

ଗୁଜରାଟର ୯ ପୁରୁଣା ମନ୍ତ୍ରୀଙ୍କୁ ହଟାଯାଇଛି, ସେହିପରି ୬ ପୁରୁଣା ଚେହେରାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।ଗୁରୁବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ବାଦ୍ ଦେଇ ରାଜ୍ୟର ସମସ୍ତ ୧୬ଜଣ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ହୋଇଛି ।

Post Views: 69
Share201Tweet126Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In