ପୁରୀ (ଭିଓଭି): ତା.25.10.25, ବାଉଁଶରେ ନିର୍ମିତ କାରୁକଳା କର୍ମଶାଳା ଓ ପ୍ରଦର୍ଶନୀ ଓଡ଼ିଶା ଚାରୁ ଓ କାରୂକଳା ମହାବିଦ୍ୟାଳୟ ନୂଆ ପାଟଣା, ଗୋରୁଆଳ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଭିନ୍ନ ଭିନ୍ନ ରକମର ବାଉଁଶ ନିର୍ମିତ ବ୍ୟାଗ୍, ବଟଲ,ପାଣି ଝରି, ଗ୍ଲାସ୍ , ଫୁଲଦାନି, ଚାଙ୍ଗୁଡ଼ି, ଶଗଡ଼ ଗାଡ଼ି, ଧନୁଶର, ବୋଇତ, ବନ୍ଧୁକ, ଲାଇଟ୍ ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ବତୀଘର, ଘର, ରିକ୍ସା, ଗାର୍ଡେନ ଲାଇଟ୍, ବାସ୍କେଟ, ଝୁମର, ବାଦ୍ୟଯନ୍ତ୍ର, ବୀଣା, କେନ୍ଦରା, ବଇଁଶୀ, ଭ୍ୟାନିଟି, ଅଳିଆ କଢ଼ା, ଜାହାଜ, ପେନ୍ ଷ୍ଟାଣ୍ଡ, ଲକ୍ଷ୍ମୀ ମୂର୍ତ୍ତି ଭଳି ଅନେକ 50 ଗୋଟି ଭିନ୍ନ ଭିନ୍ନ ସାମଗ୍ରୀ ଏଥିରେ ସ୍ଥାନ ପାଇଥିଲା । ଏହା ଦିବା 10ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ 4 ଘଟିକାରେ ଉଦଯାପିତ ହୋଇଯାଇଅଛି।
ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ଅତିଥି ରୂପେ ଡକ୍ଟର ବିଶ୍ଵନାଥ ମିଶ୍ର ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର କାଯ୍ୟକାରି ସଭାପତି ଚକ୍ରଧର ମହାପାତ୍ର, ଅଧ୍ୟାପକ ଉଦ୍ଧବ ନାୟକ ଓ ଅନନ୍ତ ପ୍ରଧାନ, ଅଧ୍ୟାପିକା ତୃପ୍ତିରେଖା ମିଶ୍ର, ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଦୁର୍ଗାମାଧବ କର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ 50ଜଣ ଚିତ୍ରଶିଳ୍ପୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅତିଥି ମାନେ ମହାବିଦ୍ୟାଳୟ ରେ ଅନୁଷ୍ଠିତ ବାଉଁଶ ନିର୍ମିତ କଳାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ପ୍ଲାଷ୍ଟିକ ପରିବର୍ତ୍ତେ ଏହିଭଳି ସାମଗ୍ରୀକୁ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ପରିଶେଷରେ କାଯ୍ୟ କାରି ସଭାପତି ଚକ୍ରଧର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରି ସଭାସାଙ୍ଗ କରିଥିଲେ।
