• About Us
  • Contact Us
Thursday, May 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାତ୍ୟା ପାଇଁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ଆନ୍ଧ୍ରରେ ହିଟ୍ କରିବ ମୋନ୍ଥା

by Voice of Victims
October 27, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବାତ୍ୟା ପାଇଁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ଆନ୍ଧ୍ରରେ ହିଟ୍ କରିବ ମୋନ୍ଥା

ଭୁବନେଶ୍ୱର : ବାତ୍ୟା ପାଇଁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।  ଆଜି ଠାରୁ ଆରମ୍ଭ ହୋଇଯିବ ପ୍ରଭାବ ।  ଆନ୍ଧ୍ରରେ ହିଟ୍ କରିବ ମୋନ୍ଥା। ଓଡ଼ିଶାରେ ଭୀଷଣ ବର୍ଷା ହେବ। ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା ବିତ୍ପାତ। ୨୮ ଓ ୨୯ ତାରିଖରେ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଆଜିଠାରୁ ବର୍ଷା ଢାଳିବ ।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ମାଲକାନଗିରି, କୋରାପୁଟର, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।  ସେହିଭଳି ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାଣ୍ଣିଂ ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ସେହିପରି କାଲି ୬ ଜିଲ୍ଲାକୁ ଅରେଞ୍ଜ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି ରହିବ।

୨୯ ତାରିଖରେ ମାଲକାନଗିରି, କୋରପୁଯଣ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲକୁ ରେଡ୍ ୱାର୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରାୟ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି ହୋଇଛି। ପୂରା ଓଡ଼ିଶାରେ ବର୍ଷା କରିବ ବାତ୍ୟା ମୋନ୍ଥା। କନ୍ଧମାଳ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିବାରୁ ଏହା ଉପରେ ନଜର ରହିଛି ।

Post Views: 45
Share199Tweet124Send
Voice of Victims

Voice of Victims

Recent Posts

  • ଅରିନ୍ଦମ ରୟଙ୍କ ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ବିବାଦ: ଥାନାରେ ଏତଲା ଦେଲେ ସାମ୍ବାଦିକ
  • ପୁଣେରୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା, ସ୍ତ୍ରୀର ପ୍ରାଇଭେଟ୍ ପାର୍ଟରେ ଏସିଡ୍ ଢ଼ାଳିଦେଲା ସ୍ବାମୀ
  • ୧୦ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
  • ତଳ ମଣିନାଗ ନୂତନ ମନ୍ଦିର ପ୍ରତିଷ୍ଠା ଓ ମା’ଙ୍କ ଗର୍ଭଗୃହ ପ୍ରବେଶ ନେଇ ସାମ୍ବାଦିକ ସମ୍ମିଳନୀ
  • ଦୋହଲିଗଲା ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ଥିତି, ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛି CPIM

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In