୨୮ ଅକ୍ଟୋବର ୨୦୨୫: କ୍ଷେତ୍ର କୋଣର୍କ ଚନ୍ଦ୍ରଭାଗା ତ୍ରୀର୍ଥପୁଷ୍କରିଣୀ ଠାରେ ସୋମବାର ସୂର୍ଯ୍ୟ ଅସ୍ତ ଓ ସୂର୍ଯ୍ୟ ଉଦୟ ସମୟରେ ଛତିଶଗଡ଼, ବିହାର ଓ ଉତ୍ତର ପ୍ରଦେଶରୁ ଅସିଥିବା ଅନେକ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା ତଥା ‘ଛଟପୂଜା’ ରୀତିନୀତି ଅନୁଯାୟୀ କରୁଥିବା ଦେଖୁବାକୁ ମିଳିଥିଲା। ଅନୁରୂପ ଭାବେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ବିହାର, ଛତିଶଗଡ଼ର ଥିବା କେତେକ କର୍ମଚାରୀଙ୍କ ପରିବାର ପକ୍ଷରୁ ମଧ୍ୟ ତୀର୍ଥ ପୁଷ୍କରିଣୀରେ ଛଟ ପୂଜା କରିଥିଲେ । ପୌରଣିକ ମାନ୍ୟତା ଅନୁଯାୟୀ ଏହି ଛଟ ପୂଜା ବ୍ରତ କର୍ଭିକମାସ ଶୁକ୍ଳପକ୍ଷ ଷଷ୍ଠୀଦିନ ଠାରୁ ବିହାର ସମେତ ପୂର୍ବଭାରତରେ ଏକ ପ୍ରମୁଖ ପୂଜାଭାବେ ପାଳନ କରାଯାଇଥାଏ । ଶନିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ଶେଷ ହେବ।

ଏହି ପୂଜା ନିମନ୍ତେ ପ୍ରଥମେ ବିଭିନ୍ନ ପ୍ରକାର ଫଳ ଓ ଖୁରି ସେବନ କରି ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିବା ପରେ ୩୬ଘଣ୍ଟା ନିର୍ଜଳ ଉପବାସ ରହି ସୋମବାର ସନ୍ଧ୍ୟା ବେଳେ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜା କରାଯାଇ ଅର୍ଘ୍ୟ ଅର୍ପଣ କରିଥାନ୍ତି। ମଙ୍ଗଳବାର ସକାଳେ ସୂର୍ଯ୍ୟ ଭଗବାନଙ୍କୁ ପୂଜା ପରେ ଛଟ ବ୍ରତ ଶେଷ ହୋଇଥାଏ। କୋଣାର୍କ ଚନ୍ଦ୍ରଭାଗା ତ୍ରୀର୍ଥ ପୁଷ୍କରିଣୀରେ ଛଟ ବ୍ରତକୁ ନେଇ ଏପରି ପରି ସୂର୍ଯ୍ୟ ପୂଜା କରି ବହୁତ ବ୍ରତଧାର ବ୍ରତଧାରୀ । ବିଶ୍ଵାସ ରହିଛି ଥରେ । ସ୍ନାନକରି ସ୍ନାନକରି ସୂର୍ଯ୍ୟ ପୂଜା ଅନୁଭବ କରୁଥିବା ବା କୁହନ୍ତି କିଛି ଥରେ କୋଣାର୍କ ଚନ୍ଦ୍ରଭାଗା ତ୍ରୀର୍ଥପୁଷ୍କରିଣୀ କଲେ ଅନେକ ପୂଣ୍ୟ ଅର୍ଜନ ହୋଇଥାଏ।
