କଟକ, ପତଞଳି ଯୋଗ ପରିବାର ଦ୍ବାରା ଦେବୋତ୍ଥାନ ଏକାଦଶୀ ତିଥିରେ ଶିଶୁଭବନ ପରିସରରେ ଭଣ୍ଡାରା ସେବା ଅନୁଷ୍ଠିତ ହୋଇଯାଇଛି। ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଅନ୍ନଯଜ୍ଞ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାରୀ ଶିଶିର ଜେନା, ନିମାଇଁ ଜେନା, ସତ୍ୟ ରଞ୍ଜନ ଷଡ଼ଙ୍ଗୀ, କିଶୋର ସାଗର, ବିଚିତ୍ର ସାହୁ, ସ୍ବରୂପ ସାହୁ, ଖଗେଶ୍ବର ସାହୁ, ଚନ୍ଦେଶ୍ଵର ବେହେରା, ଅମୂଲ୍ୟ ମହାନ୍ତି, ଅଚ୍ୟୁତାନନ୍ଦ ନାୟକ, ପ୍ରମୋଦ ଦାଶ, ଶୋଭା ଦାଶ, ରବୀନ୍ଦ୍ର ମହାରଣା ଓ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଚୈତନ୍ୟ ପଢିହାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛଅ ଶହରୁ ଉର୍ଦ୍ଧ୍ବ ରୋଗୀମାନଙ୍କ ସମ୍ପର୍କୀୟ ତଥା ସ୍ଥାନୀୟ ଜନସାଧାରଣଙ୍କୁ ଭୋଜନ ପରିବେଷଣ କରାଯାଇଥିଲା।
