• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶକ୍ତି ନାନୀ କହି ସୁଜାତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର

by Voice of Victims
November 3, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଶକ୍ତି ନାନୀ କହି ସୁଜାତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ବର: ବିଜେଡିକୁ ପୁଣି ଟାର୍ଗେଟ୍‌ କଲେ ଶ୍ରୀମୟୀ ମିଶ୍ର ।  ନାଁ ନନେଇ ଶକ୍ତି ନାନୀ କହି ସୁଜାତା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ସୁଜାତା ଏବେ ରାଜ୍ୟ ସଭା ପାଇଁ ପ୍ରସ୍ତୁତ ହେଉଥିବା ସାମାଜିକ ଗଣମାଧ୍ୟମରେ ଲେଖିବା ସହ ଟାଇଟାନିକୁ ଅର୍ଥାତ୍ ବିଜେଡ଼ିକୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା ପ୍ରସ୍ତୁତ କରାଯାଉଥିବା ଇଙ୍ଗିତ କରିଛନ୍ତି ଶ୍ରୀମୟୀ ମିଶ୍ର । ନୂଆପଡ଼ା ନିର୍ବାଚନ ପାଇଁ ନବୀନ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ତା ପୂର୍ବରୁ ଶ୍ରୀମୟୀଙ୍କ ଏହି ଲେଖି ଅନେକ ଚର୍ଚ୍ଚା ବଢ଼ାଇଛି। ଦଳରୁ ନିଲମ୍ବନ ପରେ ବି ବୁଲେଇବଙ୍କେଇ ଦଳପତି ଓ ପାଣ୍ଡିଆନ ଦମ୍ପତିଙ୍କୁ ପରୋକ୍ଷରେ ପୁଣି କଲେ ଟାର୍ଗେଟ। ଏଥର ଶ୍ବଶୁର, ଝିଅ ଓ ଘରଜ୍ୱାଇଁ ଉପାଖ୍ୟାନ କରିଛନ୍ତି। ଶ୍ରୀମୟୀ ଆଜି ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଛନ୍ତି ଟାଇଟାନିକକୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା । ଶୁଣିବାକୁ ମିଳୁଛି ଶକ୍ତି ନାନୀ, କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ। ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ।

କେନ୍ଦ୍ରପଡ଼ାରେ ବାପଘର। ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ। କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି , ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ। ନୂଆପଡ଼ାରେ ମାମୁଁ ଘରର ଅର୍ଥ ହେଉଛି, ବିଜେଡ଼ିର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ କଥା କୁହାଯାଉଛି । ସେହିପରି ସୁଜାତା ପାଣ୍ଡିଆନଙ୍କ ପ୍ରକୃତ ଘର ହେଉଛି କେନ୍ଦ୍ରାପଡ଼ାରେ, କିନ୍ତୁ ସେ ଜାମସେଦପୁରରେ ବଢ଼ିଛନ୍ତି ।

ଶ୍ରୀମୟୀ ଆହୁରି କହିଛନ୍ତି, ଅବଶ୍ୟ ବିଭାଗବିହିନ ନାନୀ ସୁଭଦ୍ରା ମାଆମାନଙ୍କୁ ଛୁଇଁ ପାରୁନାହାନ୍ତି। କିନ୍ତୁ ନିର୍ବାଚନ ପରେ କୁଆଡେ ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି ବୋଲି ନୂଆପଡ଼ାରେ ଡେରା ପକାଇଥିବା ତାଙ୍କର କିଛି ହାତଗଣତି ଚାଟୁକାର ଉତ୍ସାହିତ ଅଛନ୍ତି। ହସ୍ପିଟାଲରୁ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ଏହି ଚାଟୁକାର ବରିଷ୍ଠ ନେତାମାନେ, ଶକ୍ତିନାନୀଙ୍କ ଚାଟଶାଳୀରେ ଟ୍ୟୁସନ୍ ହେଉଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଥିଲେ। ଦେଖାଯାଉ ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ। ଅବଶ୍ୟ ନବୀନବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ତାହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ? ତେବେ ଶ୍ରୀମୟୀଙ୍କ ଏହି ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ ପ୍ରସଙ୍ଗରେ ଅନୁମାନ କରାଯାଉଛି ଯେ ଆଗାମୀ ଦିନରେ ପାଣ୍ଡିଆନ ଦମ୍ପତ୍ତି ବିଜେଡ଼ିରେ ସାମିଲ ହୋଇପାରନ୍ତି ।

ଏହା ସହିତ ଶ୍ରୀମୟୀ ବିଜେଡ଼ି କର୍ମୀଙ୍କ ପାଇଁ ଏକ ପ୍ରଶ୍ନ ଛାଡ଼ିଛନ୍ତି । ସେ ଲେଖିଛନ୍ତି, ଏ ପ୍ରଶ୍ନ ନୂଆପଡ଼ାରେ ମୁଖିଆଙ୍କ ଗସ୍ତରୁ ଆରମ୍ଭ ହେବ ବୋଲି ଆଶା। ଯେଉଁ କର୍ମୀମାନେ ଦୀର୍ଘ ଦଶନ୍ଧି ହେଲା ନିଜର ସମୟ ଓ ଶ୍ରମ ଦେଇଛନ୍ତି, ଆଜି ମଧ୍ୟ ଉପନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ଶେଷରେ ସେମାନେ କ’ଣ ଅଣଓଡିଆ ଦମ୍ପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ? ପ୍ରଶ୍ନର ଉତ୍ତର ଓ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି।

Post Views: 30
Share197Tweet123Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In