• About Us
  • Contact Us
Saturday, June 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେଡିକୁ ଶକ୍ତ ଧକ୍କା; ବିଜେପିରେ ମିଶିଲେ ଅମର ପଟ୍ଟନାୟକ

by Voice of Victims
November 3, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଜେଡିକୁ ଶକ୍ତ ଧକ୍କା; ବିଜେପିରେ ମିଶିଲେ ଅମର ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିରେ ମିଶିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ସିଂ ତୋମରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଅମର ପଟ୍ଟନାୟକ। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଅମର ପଟ୍ଟନାୟକ ସାମିଲ ହୋଇପାରନ୍ତି ବୋଲି ସକାଳୁ ଚର୍ଚ୍ଚା ଜୋର ଧରିଥିଲା। ଶେଷରେ ସେ ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମର ଅମର ପଟ୍ଟନାୟକଙ୍କୁ ଦଳର ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି।

ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ପରେ କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ସେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ବିଜେପିରେ ମିଶିଛି। ବିଜେପି ସରକାର ଉଭୟ କେନ୍ଦ୍ର ଓ ରାଜ୍ୟରେ ବହୁତ ଭଲ କାମ କରୁଛନ୍ତି । ବିଜେପି ସରକାର ବିଶେଷ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ନକ୍ସଲବାଦ ମୂଳପୋଛ ହେବାକୁ ବସିଲାଣି। ଏହା କିଛି କମ୍ କଥା ନୁହେଁ । ସେହିପରି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅମର ପଟ୍ଟନାୟକଙ୍କୁ  ବିଜେଡିର ଅଣନିଶ୍ବାସୀରୁ ମୁକ୍ତି ମିଳିଛି, ଏବେ କାମ କରିବାର ସୁଯୋଗ ପାଇବେ । ସେ ତାଙ୍କର ମନର କଥା କହି ସାରିଛନ୍ତି, ମୋଦିଙ୍କ ଦ୍ବାରା ଅନୁପ୍ରାଣିତ ବୋଲି କହିଛନ୍ତି । ସେ ଜଣେ ବୌଦ୍ଧିକ ବ୍ୟକ୍ତି, ସଂସଦରେ ବେଶ୍‌ ଭଲ କାମ କରିଛନ୍ତି ରାଷ୍ଟ୍ରନିର୍ମାଣରେ ସାମିଲ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସୁଯୋଗ ପାଇବେ ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ବ ଦେଇ ଆସିଛନ୍ତି । ଏଥିପାଇଁ ଗତ ୧୬ ମାସ ଭିତରେ ୭ ଥର ଓଡ଼ିଶା ଆସିଛନ୍ତି ମୋଦି । ଅମର ବାବୁ ବିଜେପିରେ ମିଶିବା ଦ୍ବାରା ଆମର ଶକ୍ତି ବୃଦ୍ଧି ପାଇଛି । ଆଜି ନବୀନ ବାବୁ ନୂଆପଡ଼ାରେ ପ୍ରଚାର କରୁଛନ୍ତି । କାଲି ଅମର ବାବୁ ଆମ ପାଇଁ ନୂଆପଡ଼ା ଯାଇ ପ୍ରଚାର କରିବେ । ସୂଚନାଯୋଗ୍ୟ, ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଠିକ୍ ଓ ତ୍ବରିତ ସୂଚନା ପ୍ରଦାନ କରିବା ପାଇଁ  ବିଜେଡି ଆଇଟି ସେଲ୍ ଗଠନ ହୋଇଥିଲା। ଏହାର ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ।

Post Views: 49
Share198Tweet124Send
Voice of Victims

Voice of Victims

Recent Posts

  • ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ
  • ପତଞ୍ଜଳି ପକ୍ଷରୁ ବୈଦିକ ଯଜ୍ଞ ଅନୁଷ୍ଠିତ
  • ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ଏନଟିଏର ବଡ଼ ପରିବର୍ତ୍ତନ, ୧୫ ମିନିଟ୍ ଅଧିକ ସମୟ ଏବଂ ବଢିଲା ରଫ୍ ପେଜ୍ ସଂଖ୍ୟା
  • ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ
  • ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In