ଭୁବନେଶ୍ୱର: ଆଜି ବୋଇତ ବନ୍ଦାଣ ଡଙ୍ଗା ଭସା ଉପଲକ୍ଷେ ଭୋରରୁ ଉଠି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ନଦୀ ପୁଷ୍କରିଣୀରେ ଭିଡ଼ ଜମିଛି।ପୁରୀ ସମୁଦ୍ର କୂଳ, ଚନ୍ଦ୍ରଭାଗା ମୁହାଣ, ଭୁବନେଶ୍ୱରର ବିନ୍ଦୁସାଗର, କଟକର ଗଡ଼ଗଡ଼ିଆ ଘାଟ ସମେତ ବିଭିନ୍ନ ନଦୀ, ନାଳ ଓ ପୁଷ୍କରିଣୀରେ ହଜାର ହଜାର ଶ୍ରଦ୍ଧାଳୁ ଭୋରରୁ ଡଙ୍ଗା ଭସାଇଛନ୍ତି l

ଆଜି ସକାଳୁ ସକାଳୁ ବିନ୍ଦୁ ସାଗର ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ଭିଡକୁ ନିୟନ୍ତ୍ରଣ କରିବାକୁ ବିନ୍ଦୁସାଗର କୁ ସଂଯୋଗ କରୁଥିବା ରାସ୍ତା ର ଉଭୟ ପାର୍ଶ୍ୱ ରୁ ଗାଡି ଚଳାଚଳ ବନ୍ଦ ରଖାଯାଇଥିଲା l ଡ଼ଙ୍ଗା ଭସାଇବା ପରେ ଶ୍ରଦ୍ଧାଳୁ ମାନେ ପ୍ରଭୁ ଲିଙ୍ଗରାଜ ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିବାରୁ ସେଠାରେ ମଧ୍ୟ ଲମ୍ବା ଧାଡି ଦେଖିବାକୁ ମିଳିଥିଲା l ବିନ୍ଦୁ ସାଗର କୁଳ ରେ ଥିବା ପାହାଚ ଗୁଡିକ ରେ ଶିଉଳି ର ଆସ୍ତରଣ ଥିବାରୁ କିଛି ଶ୍ରଦ୍ଧାଳୁ ସେଠାରେ ପଡି ସାମାନ୍ୟ ଆହତ ହୋଇଥିବାର ସୂଚନା ମିଳିଛି l
