ନୂଆପଡ଼ା: ପୁଣି ନବୀନ ଯିବେ ନୂଆପଡ଼ା । ନୂଆପଡ଼ା ଓ ଖରିଆର ରୋଡରେ କରିବେ ପ୍ରଚାର । ଆସନ୍ତାକାଲି ନୂଆପଡ଼ା ଯାଇ ଦୁଇଟି ଜନସଭାକୁ ସମ୍ବୋଧନ କରିବେ । ରୋଡ ସୋ କରି ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ଭିଡିଓ ବାର୍ତ୍ତାରେ ନୂଆପଡ଼ାବାସୀଙ୍କୁ ନିଜର ଗସ୍ତ ନେଇ ସୂଚନା ଦେଇଛନ୍ତି ।
ଆପଣଙ୍କ ପାଖକୁ ଆସିବି, ଦୁଇ ପଦ କଥା ହେବି । ଆଶୀର୍ବାଦ ମାଗିବି ବୋଲି କହିଛନ୍ତି ନବୀନ । କୋମନା ସଭା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ନବୀନଙ୍କ କୋମନା ନିର୍ବାଚନୀ ସଭା ପରେ ବଦଳିଛି ନୂଆପଡ଼ା ରାଜନୀତି। ବିଜେଡି ଦମଦାର କ୍ୟାମ୍ପେନ କରି ଭୋଟରଙ୍କ ନିକଟରେ ପହଞ୍ଚିଛି । ଖରିଆର ରୋଡର ବିଭିନ୍ନ ୱାର୍ଡରେ ସ୍ନେହାଙ୍ଗିନୀ ଛୁରିଆ ଜୋରଦାର ପ୍ରଚାର କରିଛନ୍ତି । ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ । ଏହା ପୂର୍ବରୁ ପ୍ରଚାର ଘମାସାନ। ତିନି ଦଳର ନେତା ଓ ପ୍ରାର୍ଥୀ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି।
