• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି

by Voice of Victims
November 6, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି

ରଣପୁର, ୦୫/୧୧: ପ୍ରାଚୀନ କାଳରେ କଳିଙ୍ଗର ସାଧବପୁଅମାନେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ, ସୁମାତ୍ରା, କାମ୍ବୋଡିଆ ଓ ସିଂହଳ ସମେତ ଏସିଆ ମହାଦେଶ ଓ ବିଭିନ୍ନ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଇଥାନ୍ତି । ସାଧବ ବୋହୂମାନେ ବୋଇତ ଗୁଡିକୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରି ବନ୍ଦାପନା କରି ମେଲାଣି ଦେଇଥାନ୍ତି । ଏହି ଗୌରବଜ୍ଜ୍ୱଳ ପରମ୍ପରାକୁ ମନେ ରଖିବା ପାଇଁ ପ୍ରତି ବର୍ଷ ବୋଇତ ବନ୍ଦାଣ ଉତ୍ସବ ଏକ ପବିତ୍ର ଓ ଧାର୍ମିକ ପରମ୍ପରାରେ ପାଳିତ ହୋଇ ଆସୁଛି। ଏନେଇ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ଅନନ୍ତ ଗୁମ୍ଫାରେ ସ୍ଥାନୀୟ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ରାଣୀ ପ୍ରତ୍ୟୁଷା ରାଜେଶ୍ୱରି ସିଂହ ଯୋଗ ଦେଇଥିଲା।

ଅତିଥି ମାନେ ରୀତି ନୀତି ଅନୁସାରେ ରିବନ୍ କାଟି ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କରିଥିଲେ। ଏଥି ସହ ବୋଟିଙ୍ଗ ବ୍ୟବସ୍ଥାର ଶୁଭାରମ୍ଭ କରି। ବୋଟିଙ୍ଗ ବ୍ୟବସ୍ଥାର ଆନନ୍ଦ ନେଇ ଥିଲେ । ପରେ ଅନନ୍ତ ଗୁମ୍ଫାକୁ ବୁଲି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ ଏହି ଜାଗାର ଉନ୍ନତି କିଭଳି ହେଇ ପାରିବ ସେ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ସରପଞ୍ଚ ଅନନ୍ତ ଗୁମ୍ଫାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପାଇଁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇ ଥିଲେ। ଏହି ଉତ୍ସବରେ ସରପଞ୍ଚଙ୍କ ସହିତ ସର୍ବେଶ୍ଵର ବେହେରା , ସନ୍ତୋଷ କୁମାର ସାହୁ , ଜଗନ ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Post Views: 111
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In