• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ବିସ୍ଫୋରଣ: ୧୦ ମୃତ, ୨୪ ଜଣ ଆହତ

by Voice of Victims
November 11, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଦିଲ୍ଲୀ ବିସ୍ଫୋରଣ: ୧୦ ମୃତ, ୨୪ ଜଣ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ି ନ ଥିବାବେଳେ ଦିଲ୍ଲୀ, ହରିୟାଣା ଏବଂ ମୁମ୍ବଇରେ ହାଇଆଲର୍ଟ ଜାରି କରାଯାଇଛି। ପୁରୁଣା ଦିଲ୍ଲୀର ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ ନମ୍ବର ଗେଟ ପାଖରେ ଏକ କାରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ବିସ୍ଫୋରଣ ପରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା। ମାତ୍ର ବିସ୍ଫୋରଣ ଯୋଗୁ ପ୍ରାୟ ଆଖପାଖରେ ଥିବା ୨୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ଘଟଣାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଘଟଣା ବିଷୟରେ ଆଇବି(ଗୁଇନ୍ଦା ବ୍ୟୁରୋ) ମୁଖ୍ୟ ତପନ ଡେକାଙ୍କ ସହିତ ଆଲୋଚନା କରିଛନ୍ତି। ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ତାହାର ସୁରାକ ମଧ୍ୟ ମିଳିନାହିଁ। ଦିଲ୍ଲୀ ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ପାଖ ୧ ନମ୍ବର ଗେଟ୍‌ ନିକଟରେ ଏହି ବିସ୍ଫୋରଣ ଘଟିଥିବାବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଏନଆଇଏ ଏବଂ ଏନଏସଜି ତନାଘନା ଆରମ୍ଭ କରିଛନ୍ତି। ସିଆରପିଏଫ ଡିଆଇଜି କିଶୋର ପ୍ରସାଦ ଘଟରାସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କିଛି କହି ହେବ ନାହିଁ। ସ୍ଥିତିର ନିରୀକ୍ଷଣ କରାଯିବା ପରେ କିଛି କୁହାଯାଇପାରିବ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଷ୍ଟେସନରେ ଲାଗିଥିବା କାଚ ଭାଙ୍ଗିଯାଇଥିଲା। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Post Views: 72
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In