• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍‌ଙ୍କ ମିଳିତ ପ୍ରେସ୍‌ ବିବୃତି

by Voice of Victims
December 5, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍‌ଙ୍କ ମିଳିତ ପ୍ରେସ୍‌ ବିବୃତି

ନୂଆଦିଲ୍ଲୀ : ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍‌ଙ୍କ ମିଳିତ ପ୍ରେସ୍‌ ବିବୃତି । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU ନେଇ ସୂଚନା ଜାରି ହୋଇଛି । ୨୩ତମ ଶିଖର ସମ୍ମିଳନୀ ନେଇ ମୋଦିଙ୍କ ବଡ଼ ସୂଚନା । ଭାରତ ପ୍ରତି ପୁଟିନଙ୍କ ମିତ୍ରତା ନେଇ ବଧେଇ ଜଣାଇଲେ । ୨୫ ବର୍ଷ ତଳେ ଷ୍ଟ୍ରାଟେଜିକ ପାର୍ଟନର ପୁଟିନ୍‌ ଆରମ୍ଭ କରିଥିଲେ । ଭାରତ-ରୁଷିଆ ସମ୍ପର୍କ ଧ୍ରୁବ ତାରା ସଦୃଶ ।ସବୁ ପରିସ୍ଥିତିରେ ତାଙ୍କର ନେତୃତ୍ୱ ଆମର ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି । ଗଭୀର ବନ୍ଧୁତ୍ୱ ଓ ଭାରତ ପ୍ରତି ଅବିଚଳ ପ୍ରତିବଦ୍ଧତା ପାଇଁ କୃତଜ୍ଞତା । ଆର୍ଥିକ ସହଭାଗିତା ନେଇ ସହମତି ହୋଇଛି କହିଲେ ।

ମୋଦୀ କହିଛନ୍ତି ଭାରତ ଏବଂ ରୁଷର ସମ୍ପର୍କ ଧ୍ରୁବ ତାରା ସଦୃଶ । ବିଗତ ଆଠ ବର୍ଷ ମଧ୍ୟରେ ବିଶ୍ୱରେ ଅନେତ ଉତ୍ଥାନ ପତ୍ତନ ଆସିଛି । ମାନବ ସମାଜକୁ ଅନେକ ପରୀକ୍ଷା ଏବଂ ସଙ୍କଟରେ ଗତି କରିବାକୁ ପଡ଼ିଛି । ଏସବୁ ମଧ୍ୟରେ ଭାରତ-ରୁଷର ବନ୍ଧୁତା ଧ୍ରୁବ ତାରା ଭଳ ସ୍ଥିର ରହିଛି । ଉଭୟ ଦେଶ ପରସ୍ପରକୁ ଆର୍ଥିକ ସହଯୋଗକୁ ପ୍ରାଥମିକତା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଆଜି ଅନେକ ଗୁରୁତ୍ୱ ପୂର୍ଣ୍ଣ ସହଭାଗିତା ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ପୂର୍ବଭଳି ବାଣିଜ୍ୟିକ ସମ୍ପର୍କର ଜାରି ରହିବ ଏବଂ ମିଳିମିଶି ଆତଙ୍କବାଦୀ ଉପରେ ପ୍ରହାର କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦେଶ ଶୀର୍ଷ ନେତୃତ୍ୱ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଭାରତ ସବୁବେଳେ ଶାନ୍ତିର ପକ୍ଷ ରଖିଛି । ସେହିଠାରେ ପୁତିନ କହିଛନ୍ତି ଯେ ବିନା କୌଣସି ଘରୋଇ ଚାପରେ ଦୁଇ ଦେଶ ମଧ୍ୟରେ ତୈଳ ବାଣିଜ୍ୟ ଚାଲୁ ରହିବ । ପୁତିନ ଅନେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ସୁରକ୍ଷା, ଅର୍ଥବ୍ୟବସ୍ଥା, ବାଣିଜ୍ୟ, ଏବଂ ସଂସ୍କୃତିକୁ ମଜବୁତ କରିବାକୁ ଦୁଇ ଦେଶର ବନ୍ଧୁତା ପ୍ରତିବଦ୍ଧ ଅଟେ ବୋଲି ପୁତିନ କହିଛନ୍ତି । ଭାରତ ଓ ରୁଷ ଆର୍ଥିକ ଭାଗିଦାରୀକୁ ଏକ ନୂତନ ଶିଖରରେ ପହଁଚାଇବାକୁ ଆମର ପ୍ରାଥମିକତା । ୨୦୩୦ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଜାରି ରହିବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ରୁଷ ୟୁରେସିଆନ୍ ଅର୍ଥନୈତିକ ୟୁନିଅନ ସହିତ ଯଥାଶୀଘ୍ର ଏକ FTA ଚୂଡ଼ାନ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଭାରତ ରୁଷ ନାଗରିକଙ୍କ ପାଇଁ ୩୦ ଦିନ ପାଇଁ ବୈଧ ମାଗଣା ଇ-ପର୍ଯ୍ୟଟକ ଭିସା ପ୍ରଚଳନ କରିବ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଭାରତ ଏବଂ ରୁଷ ଦୀର୍ଘଦିନ ଧରି ଆତଙ୍କବାଦ ବିରୁଦ୍ଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କ୍ରୋକସ୍ ସିଟି ହଲ୍ ଉପରେ କାପୁରୁଷୋଚିତ ଆକ୍ରମଣ, ଏହି ସମସ୍ତ ଘଟଣାର କାରଣ ସମାନ । ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଆତଙ୍କବାଦ ମାନବତାର ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ ଏବଂ ଏହା ବିରୁଦ୍ଧରେ ବିଶ୍ୱ ସଂହତି ଆମର ସବୁଠାରୁ ବଡ଼ ଶକ୍ତି । ଭାରତ ଏବଂ ରୁଷର ମିଳିତ ଜାତିସଂଘ, G20, BRICS, SCO ଏବଂ ଅନ୍ୟାନ୍ୟ ମଞ୍ଚରେ ଘନିଷ୍ଠ ସହଯୋଗ ରହିଛି। ଆମେ ଏହି ସମସ୍ତ ମଞ୍ଚରେ ଆମର ଆଲୋଚନା ଏବଂ ସହଯୋଗ ଜାରି ରଖିବୁ।”

ମୋଦି ଆଉ କହିଛନ୍ତି, “ଏହି ବର୍ଷ ଅକ୍ଟୋବରରେ କାଲମିକିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବୌଦ୍ଧ ଫୋରମରେ ଲକ୍ଷ ଲକ୍ଷ ଭକ୍ତ ଭଗବାନ ବୁଦ୍ଧଙ୍କ ପବିତ୍ର ମୂର୍ତ୍ତି ଦର୍ଶନ କରିଥିଲେ ଏବଂ ଆଶୀର୍ବାଦ ଗ୍ରହଣ କରିଥିଲେ । ମୁଁ ଖୁସି ଯେ ଆମେ ଶୀଘ୍ର ରୁଷ ନାଗରିକଙ୍କ ପାଇଁ ୩୦ ଦିନିଆ ମାଗଣା ଇ-ଟୁରିଷ୍ଟ ଭିସା ଏବଂ ୩୦ ଦିନିଆ ଗୋଷ୍ଠୀ ପର୍ଯ୍ୟଟନ ଭିସା ପ୍ରଚଳନ କରିବୁ।”

Post Views: 33
Share199Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In